ଦୀର୍ଘଦିନର ଦାବି ପରେ ମଧ୍ୟ ପ୍ରଶାସନ ଶୁଣିଲାନି, ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ ..

ଦୀର୍ଘଦିନର ଦାବି ପରେ ମଧ୍ୟ ପ୍ରଶାସନ ଶୁଣିଲାନି, ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ ..

ଦୀର୍ଘଦିନର ଦାବି ପରେ ମଧ୍ୟ ପ୍ରଶାସନ ଶୁଣିଲାନି, ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ .. ଗଜପତି:୮/୪(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଝାମି ପଞ୍ଚାୟତର କତାପେଟାଗୁଡା ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ବହୁବାର ଦାବି ଓ ଅନୁରୋଧ ରହି ଆସିଥିଲା । ତଥାପି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରିଶେଷରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ନିଜ ନିଜର ଶ୍ରମ ଦାନ କରି ରାସ୍ତା ନିର୍ମାଣ କରିଥିବା ସୂଚନା ମିଳିଛି । ଗ୍ରାମବାସୀମାନେ କହିଛନ୍ତି ଯେଉଁ ରାସ୍ତା ପୂର୍ବରୁ ଥିଲା ସେହି ରାସ୍ତାରେ ଯିବା ଆସିବା କେବଳ ଖରାଦିନେ ହିଁ ହେଉଥିଲା । ବର୍ଷା ଦିନେ ବିଲକୁଲ୍ ଯାତାୟାତ ହେଉ ନ ଥିଲା। ଗ୍ରାମବାସୀମାନେ ରାସ୍ତା ସମସ୍ୟା ପାଇଁ ପ୍ରଶାସନକୁ ଜଣାଇଥିଲେ। କେବଳ ପ୍ରତିଶ୍ରୁତି ମିଳିଲା, କାମ ହେଲାନି। ପାରଳାଖେମୁଣ୍ଡି ଠାରୁ ନାମନଗଡ଼ ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତା ଠାରୁ ଗାଁ ପର୍ଯ୍ୟନ୍ତ ଏହି ଦୀର୍ଘ ୨ କିମି ରାସ୍ତା ବିପଦସଙ୍କୁଳ ଅବସ୍ଥାରେ ରହିଥ‌ିବା ବେଳେ ବର୍ଷାଦିନେ ଗ୍ରାମକୁ ଦୁଇଚକିଆ ଯାନଟିଏ ବି ଯିବା କଷ୍ଟକର ହେଉଥିଲା । ଏହି ଗ୍ରାମରେ ୨୪ଗୋଟି ଘର ରହିଛି. ଏଥିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଲୋକ ରୁହନ୍ତି। ପରିଶେଷରେ ଗ୍ରାମବାସୀମାନେ ଚାନ୍ଦା ଆଦାୟ କରି ନିଜେ ଶ୍ରମ ଦାନ କରି ରାସ୍ତା ନିର୍ମାଣ କଲେ ।