ଦିବ୍ୟ ଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର କଳା ପାଣି ଠାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା କଳାପାଣି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ଗବେଷଣା କେନ୍ଦ୍ର ଠାରେ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ବିଜ୍ଞାନ ମେଳା ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଯୋଗେଶ୍ୱର ପ୍ରଧାନ (ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ‘ସରକାରୀ ଉଚ୍ଚ ବିଦ୍ୟାଳୟ, ଲସ୍ତଲା) ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା (ଅବସର ପ୍ରାପ୍ତ ସଞ୍ଚାଳକ ଏମ ସି ଏଲ) ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।କାର୍ଯ୍ୟ କ୍ରମଟି ଶିକ୍ଷା କେନ୍ଦ୍ର ର ସଭାପତି ପ୍ରତିନିଧି ଶ୍ରୀ ଅରବିନ୍ଦ ଦାଶ ଉପସ୍ଥିତ ଥିଲେ।ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମିଶ୍ର ଙ୍କ ସଂଯୋଜନା କରିଥିଲେ ।ବିଜ୍ଞାନ ପରିଷଦ ର ଇନ୍ଦ୍ର ଜିତଭାଇ, ସୁନନ୍ଦା ଅପା ତଥା ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହକର୍ମୀମାନେ ସହଯୋଗ କରିଥିଲେ।ଏଥିରେ ଛାତ୍ରଛାତ୍ରୀମାନେ ମୋଟ ୭୩ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଚାରକ ଭାବେ ଶ୍ରୀ ଅଶୋକ କୁମାର ମାଝୀ, ଶ୍ରୀ ଶୁଭେନ୍ଦୁ ଗଡତିଆ,ଶ୍ରୀ କ୍ଷୀରୋଦ୍ର ପ୍ରଧାନ , ଶ୍ରୀ ଶରତ ବିଶ୍ବାଳ, ଶ୍ରୀ ଝସ କେତନ ପ୍ରଧାନ ଯୋଗ ଦେଇ ମତାମତ ପ୍ରଦାନ ଥିଲେ।

