ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଶୀତ ବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ମିଠେଇ ବଣ୍ଟନ ।
ଗଜପତି,୧୭.୧(ମନୋଜ ପାଢ଼ୀ) ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ ଶନିବାର ଚିକିଟି ଖେମୁଣ୍ଡି ହଳଦିଆ ତୈଲିକ ବୈଷ୍ୟ ସମାଜ କେନ୍ଦ୍ରୀୟ ପରିଷଦ ତରଫ ରୁ 50 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କୁ ଶୀତ ବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଗଲା ।ମୁଖ୍ୟ ଅତିଥି ଶ୍ରୀ ଦଣ୍ଡାସି ସାହୁ (କେନ୍ଦ୍ରୀୟ ପରିଷଦ ର ସଭାପତି), ସମ୍ମାନୀୟ ଅତିଥି ଉପସଭାପତି କେନ୍ଦ୍ରୀୟ ପରିଷଦ ପ୍ରଶାନ୍ତ କୁମାର ସାହୁ, ସହ ସମ୍ପାଦକ କେନ୍ଦ୍ରୀୟ ପରିଷଦ ଶ୍ରୀ ବିନୋଦ କୁମାର ସାହୁ, ସହ କୋଷାଧ୍ୟକ୍ଷ କେନ୍ଦ୍ରୀୟ ପରିଷଦ କୃଷ୍ଣ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ ଶିକ୍ଷକ , ଶିକ୍ଷୟତ୍ରୀ ,କର୍ମଚାରୀ ଓ ଅଧ୍ୟକ୍ଷା ସୁଶ୍ରୀ ସ୍ୱାଗତିକା ସିଂ ଧନ୍ୟବାଦ୍ ଦେଇଥିଲେ, ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଖୁସି ମନୋଭାବ କରିଥିଲେ ।
