ଦିନିକିଆ ରାୟଗଡ ଗସ୍ତ ଆଜି ଆଜି ଆସିବେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଶକ୍ତି ମେଳାକୁ ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ଦିନିକିଆ ରାୟଗଡ ଗସ୍ତ ଆଜି ଆଜି ଆସିବେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଶକ୍ତି ମେଳାକୁ ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ଦିନିକିଆ ରାୟଗଡ ଗସ୍ତ ଆଜି ଆଜି ଆସିବେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଶକ୍ତି ମେଳାକୁ ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ରାୟଗଡ଼ (ସ୍ୱ ପ୍ର ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨ ଫେବ୍ରୁଆରୀ ସକାଳ ୧୧.୦୦ ଘଟିକାରେ ରାୟଗଡା ଗସ୍ତରେ ଆସୁଛନ୍ତି । ରାୟଗଡା ସହରର ସ୍ଥାନୀୟ ଜିଆଇଏସଆର କଲେଜ ପାଖରେ ଥିବା ଜେଏସକୋ ପଡ଼ିଆ ଠାରେ ପହଞ୍ଚି ଜିଲ୍ଲା ନାରୀଶକ୍ତିର ସଶକ୍ତ ପ୍ରଦର୍ଶନ ସୁଭଦ୍ରା ଶକ୍ତି ମେଳାର ଉଦ୍‌ଘାଟନ କରିବେ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିବେ | ଏହି ଗସ୍ତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୩୪୦ କୋଟି ଅଧିକ ମୂଲ୍ୟର ୬୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୨୨୧ କୋଟି ଅଧିକ ମୂଲ୍ୟର ୪୧ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହା ଜିଲ୍ଲାର ବିକାଶ ଓ ନୂତନ ଦିଗଦର୍ଶନ ପ୍ରଦାନ କରିବ ବୋଲି ଜିଲ୍ଲାପାଳ ଆଶୁତୋଷ କୁଲକଣ୍ଠି ସୂଚନା ଦେଇଛନ୍ତି । ଉକ୍ତ ସୁଭଦ୍ରା ଶକ୍ତି ମେଳା ୨ ଫେବ୍ରୁଆରୀରୁ ୮ ଫେବ୍ରୁଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସମ୍ମାନିତ କରାଯିବ। ଏହି ମେଳାରେ ୧୨୦ଟି ଷ୍ଟଲ୍ ସ୍ଥାପିତ ହୋଇଛି।ଆଜି ଜିଲ୍ଲାପାଳ ଆଶୁତୋଷ କୁଲକଣ୍ଠି, ଆରକ୍ଷୀ ଅକ୍ଷକ ସ୍ବାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ(ସାଧାରଣ) ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ତ୍ର) ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ ଧର, ଉପଜିଲ୍ଲାପାଳ ରମେଶ କୁମାର ଜେନା, ସ୍ଥାନୀୟ ପୋଲିସ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦାନ କରି ଆୟୋଜନର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବିତ୍ୟାନନ୍ଦ ଗଣ୍ଡ, ବିଧାୟକ କୋରାପୁଟ ରଘୁରାମ ମାଛ, ବିଧାୟକ କୋଟପାଡ଼ ରୁପୂ ଭତ୍ରା ଏବଂ ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଯୋଗଦେବେ ବୋଲି ଜଣାପଡିଛି I ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଜେଏସକୋ ପଡିଆରେ ଆୟୋଜିତ ହେଉଥ‌ିବା ୧୦୮ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣାହୁତି ଦେବାର କାର୍ଯ୍ୟକ୍ରମ ପରେ ଅସ୍ଥାୟୀ ହେଲିପ୍ୟାଡରୁ ପୁଣି ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି I ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖ୍ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ