ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ନ୍ୟୁଜିଲାଣ୍ଡ

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ନ୍ୟୁଜିଲାଣ୍ଡ

କୋଲକାତା: ଅର୍ନ୍ତଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍‌-୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ଶୋଚନୀୟ ଭାବେ ପରାସ୍ତ କରିବା ସହିତ ଫାଇନାଲରେ ପହଞ୍ଚିଛି। କୋଲକାତାର ଇଡେନ ଗାର୍ଡେନ୍‌ସରେ ବୁଧବାର ନ୍ୟୁଜିଲାଣ୍ଡ ଟିମ୍‌ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍‌ରେ ପରାସ୍ତ କରିଛି। କିୱି ଦଳ ଆସନ୍ତା ୮ ତାରିଖ ଦିନ ଅହମଦାବାଦରେ ଫାଇନାଲ ମ୍ୟାଚ୍‌ ଖେଳିବ। ଏହା ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଦ୍ବିତୀୟ ସେମିଫାଇନାଲର ବିଜେତା ନ୍ୟୁଜିଲାଣ୍ଡକୁ ମୁକାବିଲା କରିବ।