ଥୁଆପାଲି ରାଷ୍ଟୀୟ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ୨୫/୨୬ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ରାଷ୍ଟ୍ରୀୟ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ସଂପାଦକ ଫଗନୁ ଜୁଆଡି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ତଥା ଆକାଶ ବାଣୀ କଳାକାର,ଲେଖକ,ସାହିତ୍ୟିକ ପର୍ଶୁରାମ ପାତ୍ର,ମୁଖ୍ୟ ବକ୍ତା ଭାବରେ ସରକାରୀ ଶିକ୍ଷକ ତଥା ଲେଖକ,କବି ଲଳିତ ସାହୁ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଂଜିତ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ। ବବିତା ମେହେର ସଭା ପରିଚାଳନା ବେଳେ ପ୍ରଧାନ ଆଚାର୍ଯ୍ୟ ଲତାଗିରି ନଈ ବାର୍ଷିକ ବିବରଣୀ ଓ ଗୁରୁଜୀ ବଳରାମ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଆଦର୍ଶ ପରୀକ୍ଷାରେ ଉନ୍ନୀତ ହୋଇଥିବା ଜୟଶ୍ରୀ ନଈ ଓ ରୋଶନ ଖେତୀ ନବୋଦୟ ପରୀକ୍ଷାରେ ଉନ୍ନୀତ ହୋଇଥିବା ଦିବ୍ୟ ଅନୁରାଗ ଦୀପ, ବାଳକ ବିଭାଗରେ ଚାମ୍ପିୟାନ ହିମାଂଶୁ ଭୁଏ,ବାଳିକା ବିଭାଗରେ ଚାମ୍ପିୟାନ କରିସ୍ମା ବାଗ, ବେଷ୍ଟ ସ୍ଟୁଡେଣ୍ଟ -ଦୀପକ ଗରିଆ ସମେତ ଅନେକ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ଗଣ ପୁରସ୍କାର ବିତରଣ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଚାଳନା ରେ ସମସ୍ତ ଗୁରୁଜୀ, ଗୁରୁମା ଓ ଅଭିଭାବକ, ଅଭିଭାବିକା ସହଯୋଗ କରିଥିଲେ।
