ଥୁଆପାଲି ବିରାଟ ଧନୁଯାତ୍ରା ମହୋତ୍ସବ ୨୦୨୫ ଆରମ୍ଭ ହୋଇଯାଇଛି।

ଥୁଆପାଲି ବିରାଟ ଧନୁଯାତ୍ରା ମହୋତ୍ସବ ୨୦୨୫ ଆରମ୍ଭ ହୋଇଯାଇଛି।

ଥୁଆପାଲି ବିରାଟ ଧନୁଯାତ୍ରା ମହୋତ୍ସବ ୨୦୨୫ ଆରମ୍ଭ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି କପାବାରୀ ଠାରେ ଥୁଆପାଲି ର ବିରାଟ ଧନୁଯାତ୍ରା ମହୋତ୍ସବ ୨୦୨୫ ର ଆରମ୍ଭ ହୋଇଯାଇଛି। ଏହା ୮, ୧୨, ୨୫ ରୁ ୧୭,୧୨, ୨୫ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଅନୁଷ୍ଠିତ ହେବ।ଏଥିରେ ମୁଖ୍ୟ ଅତିଥି ଭାବେ ଭେଡେନ ଥାନା ର ଆଇଆଇସି ଶଶୀଭୂଷଣ ମିଶ୍ର ଯୋଗ ଦେଇ ଧନୁଯାତ୍ରା ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଏହି ସମୟରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଶାନ୍ତି ଶୃଙ୍ଖଳା ର ସହିତ ଯାତ୍ରା ଉପଭୋଗ କରିବା ପାଇଁ ଜନସାଧାରଣକୁଂ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଜେପି ର ଶ୍ରୀ ଖିରେସ୍ଵର ମହାକୁର। ଏହାକୁ ସଂଯୋଜନା କରିଥିଲେ, ପ୍ରବଚକ ପ୍ରଫୁଲ୍ଲ କୁମାର ପଣ୍ଡା।

ପୁରୋହିତ ଭାବରେ ବ୍ରହ୍ମାନନ୍ଦ ଦାଶ ପୁଜାଅର୍ଚ୍ଚନା କରିଥିଲେ। କଂସ ମହାରାଜ ଭୂମିକାରେ ଅଭିନୟ କରୁଛନ୍ତି, ସୋନପୁର ଜିଲ୍ଲା ଅନ୍ତର୍ଡା ର ଗୋପାଳ ପଣ୍ଡା ।ଏହି ସମୟରେ ଧନୁଯାତ୍ରା ମହୋତ୍ସବ ର ସଭାପତି ଜୀତେନ୍ଦ୍ର ପୋଢ, ପରିଚାଳନା କମିଟି ର ମୁଖ୍ୟ ତ୍ରିଦେବ ସାହୁ ଓ ଧନୁଯାତ୍ରା ସମସ୍ତ କମିଟି ର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ସମୟରେ ମୀନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ କରିଥିଲେ।