ଥାଟରାଜ କଲୋନୀ ସରକାରୀ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ।
ଗଜପତି ତା ୦୬/୦୨/୨୦୨୬ (କୋଶଳ ଟାଇମ୍ସ) ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ସ୍ଥିତ ଥାଟରାଜ କଲୋନୀ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫-୨୦୨୬ ମହାସମାରହରେ ପାଳିତ ହୋଇଯାଇଛି। ବିଜୟ କୁମାର ଗମାଙ୍ଗ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅକ୍ଷୟ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତାଭାବେ ଅଖିଳ ନାଥ ସାବତ,ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ସ୍ଥାନୀୟ ପ୍ରଧାନ ଶିକ୍ଷକ ବିଘ୍ନରାଜ ପାଣିଗ୍ରାହୀ ,ସିଆରସିସି ଅଞ୍ଜୁମ ଛିଞ୍ଛାଣୀ, ଏସଏମସି ସଭାପତି ମଧୁ ସୁଦନ ମଣ୍ଡଳ,ରାଇସିଂ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ମାଳୀ, ଆର ଭାଲିଆସାହି ବିଦ୍ୟାଳୟର ରାମ ଚନ୍ଦ୍ର ଭୁୟାଁ ଓ ସ୍ଥାନୀୟ ଓ୍ବାର୍ଡ ମେମ୍ବର ଗଣ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ଛାତ୍ରୀମାନଙ୍କ ଦ୍ୱାରା ଅତିଥିଗଣଙ୍କୁ ଉପଢୌଙ୍କନ ଓ ପୁଷ୍ପଗୁଛ୍ଛ ଦେଇ ସ୍ବାଗତ କରିଥିଲେ। ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ ପରେ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପାଣିଗ୍ରାହୀ ଙ୍କ ଦ୍ୱାରା ବିଦ୍ୟାଳୟର ବିବରଣୀ ପଠନ କରାଯାଇଥିଲା l ଅତିଥିଙ୍କ ଅଭିଭାଷଣ ପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହାଇଥିଲା l କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ , ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ , ୱାର୍ଡ ମେମ୍ବର ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l ପି ଏମ ଶ୍ରୀ ସରକାରୀ ଏସ ଏସ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ବିଭାଗ ଇଂରାଜୀ ଅଧ୍ୟାପକ ଅଞ୍ଜିତ କୁମାର ପରିଛା ଓ ଅମ୍ବେଦକର ଡିଗ୍ରୀ କଲେଜ ଅଧ୍ୟାପକ ବାୟାଧର ବଡକୁମର ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଦାସରଥି ବଡମୁଣ୍ଡି,ଆର.ମୀନା, ପ୍ରବୀଣ ରାଉଳ ଓ ପଙ୍କଜିନୀ ଦଳବେହେରା ଙ୍କ ସହ ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
