ତ୍ରିରଙ୍ଗାକୁ ସମ୍ମାନ ଦେଲା ରେଳବିଭାଗ ।
ଗଜପତି,୨୭.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ରେଳଷ୍ଟେସନ ଠାରେ ବିଭାଗ ପକ୍ଷରୁ ତ୍ରିରଙ୍ଗାକୁ ବଦଳାଇ ସମ୍ମାନ ଦେଇଛି ରେଳବିଭାଗ । ସେହପରି ପ୍ରଶାସନ ପକ୍ଷରୁ ସବଜେଲ୍ ସମ୍ମୁଖରେ ତ୍ରିରଙ୍ଗା ଲଗାଇନଥିବାର ଦେଖିବାକୁ ମିଳୁଛି । ପ୍ରକାଶ ଯେ ଉଭୟ ବିଭାଗ ପକ୍ଷରୁ ସହରର ପୃଥକ ସ୍ଥାନରେ ଉଚ୍ଚତା ତଥା ବଡଆକାରର ତ୍ରିରଙ୍ଗା ଲଗାଯାଇଥିଲା । ହେଲେ ରେଳବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଇ ନଥିବାରୁ ତ୍ରିରଙ୍ଗାଟି ରଙ୍ଗହୀନ ହେବା ସହ କ୍ଷତାକ୍ତ ଅବସ୍ତାରେ ରହିଥିଲା । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ରେଳବିଭାଗର ଡିଆରଏମ୍ ଜାଣିପାରିଥିଲେ ଏବଂ ଏହାକୁ ତୁରନ୍ତ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକି ତ୍ରିରଙ୍ଗା ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ବଦଳାଇଦେଇଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ସ୍ଥାପନ କରାଯାଇଥିବା ତ୍ରିରଙ୍ଗା ଖୁଣ୍ଟରେ ତ୍ରିରଙ୍ଗାକୁ ଲଗାଯାଇନାହିଁ । ଯାହାକୁ ନେଇ ନାନାଦି ଆଲୋଚନା ହେଉଛି ।
