ତୁରନ୍ତ ଧାନ କ୍ରୟ ନ ହେଲେ ଆନ୍ଦୋଳନ କରିବେ ବୋଲି ଚାଷୀ କହିଛନ୍ତି।

ତୁରନ୍ତ ଧାନ କ୍ରୟ ନ ହେଲେ ଆନ୍ଦୋଳନ କରିବେ ବୋଲି ଚାଷୀ କହିଛନ୍ତି।

ତୁରନ୍ତ ଧାନ କ୍ରୟ ନ ହେଲେ ଆନ୍ଦୋଳନ କରିବେ ବୋଲି ଚାଷୀ କହିଛନ୍ତି।

ଗଜପତି,୪.୧.୨୦୨୬(ମନୋଜ ପାଢ଼ୀ) – ପ୍ରଭାତ କୁମାର ପାତ୍ର- ଗଜପତି ଜିଲ୍ଲାରେ ଧାନମଣ୍ଡି ନାମକୁ ମାତ୍ର ଖୋଲାଯାଇଛି । ଡିସେମ୍ବର ୩୦ ତାରିଖରେ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଖୋଲାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଣ୍ଡିରେ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି।

ଜିଲ୍ଲାରେ ଖରିଫ ଧାନ କ୍ରୟରେ ବହୁ ଉପୁଜୁଥିବା ଦେଖୁବାକୁ ମିଳୁଛି। ୨୦୨୪ ଖରିଫ ଧାନକ୍ରୟ ବେଳେ ଚାଷୀ ବହୁ ସମସ୍ୟା ଭୋଗିଥିଲେ। ତେବେ ୨୦୨୫ ଖରିଫ ଧାନ କ୍ରୟରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ମଣ୍ଡି ଉଦ୍‌ଘାଟନ ବେଳେ ପ୍ରଶାସନ କହିଥିଲା। ତାହା ଏବେ ମିଛ ପ୍ରମାଣିତ ହୋଇଛି। ଜାନୁୟାରୀ ପ୍ରଥମାର୍ଦ୍ଧରେ ଧାନ କରି ମକର ସଂକ୍ରାନ୍ତି ବା ପର୍ବପର୍ବାଣି ପାଳିବା, ଘରର ଆର୍ଥିକ ବୋଝକୁ ହାଲୁକା କରିବା, ଋଣ ପରିଶୋଧ କରିବାକୁ ଆଶା ରଖୁଥ‌ିବା ଚାଷୀର ଆଶା ଧୂଳିସାତ ହୋଇଛି।

ଏପର୍ଯ୍ୟନ୍ତ ମିଲରଙ୍କ ସହିତ ପ୍ରଶାସନ ଚୁକ୍ତି ନାମା କରିପାରନ୍ତି। ପ୍ରାଥମିକ କୃଷି ସମବାୟ ସମିତ ସମ୍ପାଦକମାନ‌ଙ୍କ ଆଭ୍ୟନ୍ତରୀଣ ସମସ୍ୟା ମଧ୍ୟ ଦୂର ହୋଇପାରିନି। ଫଳରେ ମଣ୍ଡିରେ ଧାନ ବିକିବାକୁ ଖଳାରେ ଧାନ ରଖି ଜଗି ବସିଛି ବୋଲି ଚାଷୀନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,, ଗଣେଶ ପଣ୍ଡା ,କହିଛନ୍ତି। ଗୋଷାଣି ବ୍ଲକର ବଡ଼ନୀଳାପୁର , ଉତ୍ତରସେଲି, ଜଙ୍ଗଲପାଡ଼ୁ, ଗୁରାଣ୍ଡି, ମହାଦେବପୁର, ଶରଧାପୁର ଗ୍ରାମାଞ୍ଚଳରେ ବାରହା ଉପଦ୍ରବ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି।

ସେହିପରି କାଶୀନଗର ବ୍ଲକ ର ଅନେକ ପଞ୍ଚାୟତ ହାତୀ ଉପଦ୍ରବରେ ଚାଷୀଙ୍କୁ ଚିନ୍ତା ବଢାଇ ଦେଇଛି।କେତେ ଜଣ ଚାଷୀଙ୍କୁ ଧାନବିକ୍ରି ପାଇଁ ମ୍ୟାସେଜ ଆସିଥିଲେ ମଧ୍ୟ ମିଳର ଧାନକ୍ରୟ କରୁ ନଥିବା ଦେଖୁବାକୁ ମିଳୁଛି। ଏନେଇ ଚାଷୀ ନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି, ପୂର୍ବବର୍ଷ ଭଳି ଜିଲ୍ଲାରେ ଧାନକ୍ରୟରେ ବ୍ୟତିକ୍ରମ ଦେଖାଦେଇଛି I

ପ୍ରଶାସନ କୌଣସି ବ୍ୟବସ୍ଥା ନ କରି ଧାନମଣ୍ଡି ଖୋଲିବାରୁ ଚାଷୀ ନାହିଁ ନ ଥୁବା ହଇରାଣ ହେଉଛନ୍ତି। ମଣ୍ଡିଉ ଚାଷୀଙ୍କ ଧାନ କ୍ରୟ ପାଇଁ ତୁରନ୍ତ ବ୍ୟବସ୍ଥା ନହେଲେ ଆନ୍ଦୋଳନ ହେବ ବୋଲି କହିଛନ୍ତି । ଏ ସମ୍ପର୍କରେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା କରିଛନ୍ତି, ଗଜପତି ଜିଲାରେ ବର୍ତ୍ତମାନ ସୁଦ୍ଧା ୧୦ ହଜାର ୩ଶହ ଚାଷୀଙ୍କ ଟୋକାନ ବାହରିଛି। ବର୍ତମାନ ସୁଦ୍ଧା ୫୪ ମିଲରଙ୍କ ମଧ୍ୟରୁ ୪୦ ମିଲର ଧାନ ସଂଗ୍ରହ ପାଇଁ ସହମତି ଜଣାଇଛନ୍ତି। ବ୍ୟାଙ୍କରେ ମଧ୍ୟ ଅର୍ଥ ସିକ୍ୟୁରିଟି ଡିପୋଜିଟ୍ ସରିଛି ମିଲର ଆସନ୍ତା ସୋମବାଉ ସୁବ୍ଦା ଧାନ କ୍ରୟ ଲାଗି ପ୍ରସ୍ତୁତ ହୋଇଯିବେ ବୋଲି କହିଛନ୍ତି।