ତିଛତ ସ୍ବାଧୀନତା ପାଇଁ ଚନ୍ଦ୍ରଗିରିରେ ବିଶାଳ ଶୋଭାଯାତ୍ରା ।

ତିଛତ ସ୍ବାଧୀନତା ପାଇଁ ଚନ୍ଦ୍ରଗିରିରେ ବିଶାଳ ଶୋଭାଯାତ୍ରା ।

ତିଛତ ସ୍ବାଧୀନତା ପାଇଁ ଚନ୍ଦ୍ରଗିରିରେ ବିଶାଳ ଶୋଭାଯାତ୍ରା ।

ଗଜପତି (ମନୋଜ ପାଢ଼ୀ) ତିଛତ ସ୍ବାଧୀନତା ସହ ପେଞ୍ଚେନ ଲମାଙ୍କୁ ତୁରନ୍ତ ଚୀନ ସରକାର ଛାଡିବାକୁ ଦାବି କରିଛନ୍ତି । ତିଛତୀୟ ଆଜି ଗଜପତି ଜିଲ୍ଲା ମୋହନା ବ୍ଳକ ଚନ୍ଦ୍ରଗିରିରେ ଏକ ବିଶ୍ବାଳ ଶୋଭାଯାତ୍ରା କରିଛନ୍ତି ତିଛତୀୟ । ଚନ୍ଦ୍ରଗିରି ସ୍ଥିତ ତିଛତୀୟ ଫୁଣ୍ଟ ଶୋକଲିଂ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଚୀନ ବିରୋଧରେ ନାରାବାଜି ସହ ପରିକ୍ରମା କରିଛନ୍ତି ଶତାଧିକ ତିଛତୀୟ ମହିଳା, ପୁରୁଷ ଓ ସ୍କୁଲ ଛାତ୍ରଛାତ୍ରୀ । ସେମାନେ ଅଭିଯୋଗ କରିଛନ୍ତି ଯେ ତିଛତ ଦେଶକୁ ଚୀନ ଆକ୍ରମଣ କରି ଦଖଲ କରିଛି । ସେହିଦିନ ଠାରୁ ତିଛତୀୟ ମାନେ ଦେଶ ଛାଡି ଭାରତରେ ସରଣାର୍ଥୀ ହୋଇ ରହିଛନ୍ତି ।

ଏଥିସହ ୧୯୯୫ ରୁ ମାତ୍ର ୬ ବର୍ଷ ବୟସର ପେଞ୍ଚେନ ଲମାଙ୍କୁ ଚୀନ ଅପହରଣ କରିନେଇଛି । ଇତି ମଧ୍ୟରେ ୩୧ ବର୍ଷ ବିତିଯାଇଥିଲେ ମଧ୍ୟ ପେଞ୍ଚେନ ଲମାଙ୍କୁ ଛାଡିବାକୁ ଦାବି କରିଛନ୍ତି ତିଛତୀୟା ଏଥିପାଇଁ ସହାୟତା କରିବାକୁ ଭାରତ ସରକାର ସମେତ ବିଶ୍ବର ସମସ୍ତ ଦେଶକୁ ନିବେଦନ କରିଛନ୍ତି ତିଛତୀୟ ସେଟଲମେଣ୍ଟ ଅଧିକାରୀ କର୍ମୀ, ମହିଳା ସଭାପତି ସେରିଙ୍ଗ ୟାଙ୍ଗଜୁମ ଓ ୟୁଥ କଂଗ୍ରେସ ସଭାପତି ତେଂଜିନ ଫଙ୍ଗବେ ପ୍ରମୁଖ ଉପସ୍ଥିତ ଥିଲେ ।