ତଦନ୍ତ ପାଇଁ ରଣିପେଣ୍ଠ ଗ୍ରାମକୁ ଯାଇଥିବା ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଦୁଇଜଣ ଅଟକ । ଗଜପତି:୧୧/୧(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ରାଣୀପେଣ୍ଠ ଗ୍ରାମରେ କୌଣସି ସ୍ଵେଚ୍ଛାସେବୀ ଅନୁଷ୍ଠାନ ସଂଗଠନ ପକ୍ଷରୁ ଚାକିରି ଦେବା ନାମରେ ତାଲିମ ଦିଆଯାଉଥିବା ଖବର ପାଇ ପୁଲିସ ଅଧିକାରୀ ପ୍ରଫୁଲ୍ଲ ଜାଗାରଙ୍ଗା ତଦନ୍ତ ପାଇଁ ଯାଇଥିବା ବେଳେ ସେଠାରେ ଆକ୍ରୋମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ କେସ ନଂ ୫/୨୬ ରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ପାରଳା ଥାନା ଆଇଆଇସି ପ୍ରଶାନ୍ତ ଭୂପତି ଜଣାଇଛନ୍ତି। ଘଟଣାରୁ ପ୍ରକାଶ, ଜଳବାୟୁ ସୁରକ୍ଷା ପରିଷଦ ଆରୋଗ୍ୟ ମିତ୍ର ପ୍ରଶିକ୍ଷଣ ଶିବିର ନାମରେ କିଛି ଆଦିବାସୀ ଛାତ୍ରଛାତ୍ରୀଙ୍କ ତାଲିମ ଦିଆଯାଉଥିଲା। କୌଣସି ସରକାରୀ ଅନୁମତି ରହିନଥିବା ଅଭିଯୋଗ ହେବା ଯୋଗୁଁ ପାରଳା ଥାନାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।
ତଦନ୍ତ ପାଇଁ ରଣିପେଣ୍ଠ ଗ୍ରାମକୁ ଯାଇଥିବା ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଦୁଇଜଣ ଅଟକ ।
