ଡୁଙ୍ଗି ଠାରେ ବୁଲେଟ କାର୍ ମୁହାଁ ମୁହିଁ ଧକ୍କାରେ ଜଳିଗଲା ଦୁଇଟି ଗାଡି, ଦୁଇଭାଇ ଗୁରୁତର

ଡୁଙ୍ଗି ଠାରେ ବୁଲେଟ କାର୍ ମୁହାଁ ମୁହିଁ ଧକ୍କାରେ ଜଳିଗଲା ଦୁଇଟି ଗାଡି, ଦୁଇଭାଇ ଗୁରୁତର

ଡୁଙ୍ଗି ଠାରେ ବୁଲେଟ କାର୍ ମୁହାଁ ମୁହିଁ ଧକ୍କାରେ ଜଳିଗଲା ଦୁଇଟି ଗାଡି, ଦୁଇଭାଇ ଗୁରୁତର…

କନ୍ଧମାଳ:- ୦୩/୦୧/(ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧିନସ୍ଥ ୧୫୭ ଜାତୀୟ ରାଜପଥ ଡୁଙ୍ଗି ଗ୍ରାମରେ ଥିବା ବୁଲାଣି ରାସ୍ତାରେ ବୁଲେଟ୍ ସହିତ କାର୍ ମୁହଁ ମୁହିଁ ଧକ୍କାରେ ଜଳିଗଲା ବୁଲେଟ କାର୍ , ଦୁଇଭାଇ ଗୁରୁତର । ସୂଚନା ମୁତାବକ ଚକାପାଦ ବ୍ଲକ୍ ବପଲମେଣ୍ଡି (ବି) ବାହାଡ଼ା ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଡାସୁଗା ଗ୍ରାମର ପର୍ଶୁରାମ ନାୟକ ଙ୍କ ଦୁଇପୁଅ ରଙ୍ଗଲାଲା ନାୟକ (୨୭) ବର୍ଷ ଗୈରାଙ୍ଗ ଚରଣ ନାୟକ (୨୪) ବର୍ଷ ଦୁଇଭାଇ ମିସି ବୁଲେଟ୍ ନମ୍ବର ଓଡ଼ି -୧୨-ଏ – ୮୬୭୯ ରେ ଘରୁ ବାହାରି ଔଷଧ ଆଣିବା ପାଇଁ ଭଞ୍ଜନଗର ଅଭିମୁକ୍ଷେ ଯାଉଥିବା ବେଳେ ଡୁଙ୍ଗି ଗ୍ରାମରେ ଥିବା ବୁଲାଣି ଠାରେ ଭଞ୍ଜନଗର ପଟୁ ଆସୁଥିବା ଏକ ସୁଷ୍ଟି ଡିଜାର କାର୍ ସହିତ ବୁଲେଟ ମୁହଁ ମୁହିଁ ଧକ୍କା ହେବା ଫଳରେ ସମ୍ପୁର୍ଣ୍ଣ ବୁଲେଟ୍ କାର୍ ରେ ନିଆଁ ଲାଗି ଯାଇଥିଲା ।

ଯାହା ଫଳରେ ରଙ୍ଗଲାଲା ନାୟକ ଙ୍କ ମୁଣ୍ଡରେ ବହୁତ ଆଘାତ ଲାଗିଥିବା ବେଳେ ସାନଭାଇ ଗୈରାଙ୍ଗ ଚରଣ ନାୟକ ଙ୍କ ଡାହାଣ ଗୋଡ଼ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବାରୁ ସ୍ଥାନୀୟ ଲୋକମାନେ ଅଗ୍ନିଶମ କୁ ଯାଗାଯଗ କରିଥିଲେ । ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡି ପହଞ୍ଚି ଗାଡ଼ିରେ ନିଆଁକୁ ଆୟତ କରି ଦୁଇ ଭାଇଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଥିଲେ। ଡାକ୍ତର ଦୁଇ ଭାଇଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିଲା । ଫୁଲବାଣୀ ରୁ ରଙ୍ଗଲାଲା ଦେହ ବହୁତ ସଙ୍କଟାପନ୍ନ ହେବାରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଏମ୍ସ ହସ୍ପିଟାଲ କୁ ପଠା ଯାଇଥିବା ସୂଚନା ମିଳିଛି। ଗୈରାଙ୍ଗ ନାୟକ ବର୍ତମାନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଦୁର୍ଘଟଣା ଘଟାଇଥିବା ସୁପ୍ଟି ଡ଼ିଜାର କାର୍ ନମ୍ବର ଓଡି-୧୪-ସି – ୮୩୭୩ ଟି ରାଉରକେଲା ସ୍ଥିତ ସେଷ୍ଟର ନମ୍ବର (୧୮) ଷ୍ଟିଲ ପ୍ଲାଣ୍ଟ ରେ କାର୍ଯ୍ୟରତ ଥିବା ଅକ୍ଷୟ କୁମାର ଦାସ ବୋଲି ଜଣାପଡିଛି। କାର୍ ମାଲିକ ଅକ୍ଷୟ କୁମାର ଦାସ ଏବଂ ତାଙ୍କ ସ୍ତ୍ରୀ ଦୁହେଁ ମିଶି ରାଉରକେଲା ୨୬/୧୨/୨୫ ଠାରୁ ବାହାରି ଭଞ୍ଜନଗର କୁଲାଡ ରାସ୍ତା ଗାୟତ୍ରୀ ନଗରରେ ରହୁଥିବା ସଢୁ ଘରକୁ ଆସିଥିଲେ । ଆଜି ସକାଳୁ ୯ ଟା ସମୟରେ ଭଞ୍ଜନଗର ବାହାରି ଆସୁଥିବା ବେଳେ ଡୁଙ୍ଗି ବୁଲାଣିରେ ବୁଲେଟ ସହିତ କାର୍ ମୁହାଁ ମୁହିଁ ଧକ୍କା ହୋଇଥିଲା । କାର୍ ମାଲିକ ଅକ୍ଷୟ କୁମାର ଦାସ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଖବର ଲେଖିବା ପର୍ଯ୍ୟନ୍ତ କୈଣସି ଗୁରୁତର ଦୁଇ ଭାଇଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି। ଏନେଇ ଟିକାବାଲି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।