ଟେଙ୍ଗେଡ଼ାପଥର ବିଲିଭର୍ସ ଈଷ୍ଟର୍ନ ଚର୍ଚ୍ଚ ତରଫରୁ ନୂତନ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉର୍ନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଟେଙ୍ଗେଡ଼ାପଥର ବିଲିଭର୍ସ ଈଷ୍ଟର୍ନ ଚର୍ଚ୍ଚ ତରଫରୁ ନୂତନ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉର୍ନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଟେଙ୍ଗେଡ଼ାପଥର ବିଲିଭର୍ସ ଈଷ୍ଟର୍ନ ଚର୍ଚ୍ଚ ତରଫରୁ ନୂତନ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉର୍ନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ତେଙ୍ଗେଡ଼ା ପଥର ଠାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଯୁବନେତା ଶ୍ରୀ ମାନଗୋବିନ୍ଦ ପ୍ରଧାନଙ୍କୁ ବିଲିଭର୍ସ ଈଷ୍ଟର୍ନ ଚର୍ଚ୍ଚ ଟେଙ୍ଗେଡ଼ାପଥର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ ଆୟୋଜିତ କାର୍ଯ୍ୟକ୍ରମରେ ମାନଗୋବିନ୍ଦ ଭାଇ ଅତି ସୁନ୍ଦର ତଥା ମିଷ୍ଠ ଭାଷାରେ ମଣ୍ଡଳୀର ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ପ୍ରେମ, ଆନନ୍ଦ ଏବଂ ସମସ୍ତଙ୍କ ପ୍ରତି ଭାଇଚାରା ର ସୁସମ୍ପର୍କ ଗଢ଼ିବା ସମନ୍ଧେ ବକ୍ତବ୍ୟ ଦେବା ସହିତ ଧନ୍ଯବାଦ ଜ୍ଞାପନ କରିଥିଲେ l ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଟିକାବାଲି ପଞ୍ଚାୟତ ସମିତିର ଅଧକ୍ଷ ତଥା ଯୁବନେତା ଶ୍ରୀ ଦିଲୀପ କହଁର ଶୁଭେଚ୍ଛା ବାର୍ତ୍ତା ମଣ୍ଡଳୀକୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ବିଜେପି ଦଳର ଟିକାବାଲି ମଣ୍ଡଳ ସଭାପତି ଶ୍ରୀ କପିଳାସ କହଁର, ଯୁବନେତା ସୁମନ୍ତ ନାୟକ ଏବଂ ଲିଙ୍ଗରାଜ ନାୟକ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସଭା କାର୍ଯ୍ୟକ୍ରମକୁ ମଣ୍ଡଳୀ ର ଫାଦର ଲେବିୟ ରଇତ ଅଧ୍ୟକ୍ଷତା କରିଥିବା ବେଳେ ମଣ୍ଡଳୀର ପ୍ରାଚୀନ ସଦସ୍ୟ ଶ୍ରୀ ଚକ୍ର ଦିଗାଲ ଧନ୍ୟବାଦ୍ ଜ୍ଞାପନ କରିଥିଲେ l ମଣ୍ଡଳୀ ର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଦିଗାଲ ସଭାଟିକୁ ପରିଚାଳନା କରିଥିଲେ । ମଣ୍ଡଳୀର କର୍ମ କର୍ତ୍ତା ମାନଙ୍କ ମଧ୍ୟରୁ ଶ୍ରୀ ଶରଣ ପଞ୍ଜର ନାୟକ, ଫିଲିପ୍ ନାୟକ, ହନାନ୍ୟ, କିଶାନ, ମିଣ୍ଟୁ , ରଥିକାନ୍ତ, ପ୍ରସିଦ୍ଧ, ଚିନୁ, ପ୍ରମିସ୍, ବିନଦ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ ।