ଟିକାବାଲି ହାଇସ୍କୁଲରେ ମାଟ୍ରିକ ପରିକ୍ଷା ଦେଲେ ୨୨୪ ଜଣ ଛାତ୍ରଛାତ୍ରୀ……
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟରେ ଥିବା ହାଇସ୍କୁଲ ଠାରେ ୧୯/୦୨/୨୬ ରେ ସାରା ରାଜ୍ୟରେ ମାଟ୍ରୀକ୍ ପରିକ୍ଷା ଚାଲିଥିବା ବେଳେ ଟିକାବାଲି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଆଜି ସିସିଟିଭି ଫୁଟେଜ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପ୍ରଥମ ଦିନରେ ଓଡ଼ିଆ ଭାଷା (ସାହିତ୍ୟ ) ପରିକ୍ଷା ଦେଲେ ୨୨୪ ଛାତ୍ରଛାତ୍ରୀ ।ହାଇସ୍କୁଲରେ ମାଟ୍ରୀକ୍ ପରିକ୍ଷା ରେ ପ୍ରଥମ ଦିନରେ ଏସ୍ ,ଏସ୍ ଡି , ପେନାଗୋବେରୀ ବିଦ୍ୟାଳୟ, ବସ୍ତିଙ୍ଗିଆ ହାଇସ୍କୁଲ ଏବଂ ମା ବରାଳଦେବୀ ଉଚ୍ଚ ବିଦ୍ୟାପିଠ ହାଇସ୍କୁଲ କଇଁଝର ତିନି ଗୋଟି ହାଇସ୍କୁଲର ୨୨୪ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପୁଅଥିଲେ ୨୫ ଏବଂ ଝିଅ ୧୯୯ ରୁ ଜଣେ ଛାତ୍ରୀ କୈଣସି କାରଣରୁ ଆପ୍ସେସେଣ୍ଟ ରହିଥିବାରୁ ୧୯୮ ଜଣ ଥିବାବେଳେ ସର୍ବମୋଟ ୨୨୩ ଜଣ ଛାତ୍ରୀଛାତ୍ରୀ ପରିକ୍ଷା ଦେଇଥିଲେ । ଏହି ମେଟ୍ରୀକ୍ ପରିକ୍ଷା ୧୯/୦୨/ ୨୬ ଠାରୁ ଆରମ୍ଭ ହୋଇ ୦୨/୦୩/୨୬ ପର୍ଯ୍ୟନ୍ତ ପରିକ୍ଷା ଚାଲିବ ବୋଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାମରାଜ କହଁର , ସୂଚନା ଦେଇଥିଲେ । ଆଜିର ପରୀକ୍ଷାରେ ଉପସ୍ଥିତ ଥିଲେ ବିରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦାମୋଦର ସାହୁ, ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପୋଲିସ୍ ପ୍ରଶାସନ ପ୍ରମୁଖ ଉପସ୍ଥିତ ଥିଲେ।
