ଟିକାବାଲି ବ୍ଲକ କଂଗ୍ରେସ ର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ…..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତର୍ଗତ କଟିମାହା ଗ୍ରାମପଂଚାୟତ ନିକଟସ୍ଥ ଡୁଟୁକା ଗାଁ ଛକ ଠାରେ ନୂତନ ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅନିଲ ଭୋଇ ଙ୍କ ସଭାପତିତ୍ବ ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ହାତ ସାଥେ ଯୋଡ଼ି ହେଲେ ୫୦ରୁ ଅଧିକ କର୍ମୀ ଟିକାବାଲି ବ୍ଲକ କଟିମାହା ପଞ୍ଚାୟତର ଡୁଟୁକାଗାଁ (ଶୁଣ୍ଢୀଗାଡ଼ା) ଠାରେ ଆଜି ଏକ ଭବ୍ୟ ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନବନିଯୁକ୍ତ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅନିଲ ଭୋଇ (ମଣ୍ଟୁ ଭାଇ)ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ପରିବାର ଅଧିକ ମଜଭୁତ ହୋଇଛି।ଆଜିର କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଘୁ. ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗଦେଇ ବିଜେପିର ବିଭ୍ରାନ୍ତକାରୀ ରାଜନୀତିର ପର୍ଦ୍ଦାଫାଶ କରିବା ସହ କଂଗ୍ରେସର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ନୂତନ ମିଶ୍ରଣ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଓ ବିଜେଡିରୁ ପ୍ରାୟ ୫୦ ଜଣ କର୍ମୀ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି।କଂଗ୍ରେସ ସଂଗଠନ ମିଶ୍ରଣ ପର୍ବ ତୃଣମୂଳ ସ୍ତରରୁ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ବରିଷ୍ଠ ନେତୃବୃନ୍ଦ ଗୁରୁତ୍ୱାରୋପ କରିଛନ୍ତି।
ଭାରତ ବନ୍ଦ ଡାକରା ସତ୍ତ୍ୱେ କର୍ମୀଙ୍କ ମଧ୍ୟରେ ଥିବା ଉତ୍ସାହ ପ୍ରମାଣ କରୁଛି ଯେ ଆଗାମୀ ଦିନରେ ଟିକାବାଲିରେ କଂଗ୍ରେସ ଏକ ନୂଆ ବିକଳ୍ପ ଭାବେ ଉଭା ହେବ। ଏହି ସଫଳ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସମୀର ଭୋଇ, ମାଳି ଆଵା, ବଳରାମ ବାଙ୍କ, ଦେବରାଜ କହଁର, ରାଜକୁମାର କହଁର, ମହାଦେବ ଦିଗାଳ, ବାସୁଦେବ ଦିଗାଲ, ଏବଂ ପରିଚାଳନା କରିଥିବା ପଷାକ ମଳିକଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।
