ଟିକାବାଲି ବ୍ଲକ କଂଗ୍ରେସ ନୂତନ ସଭାପତି ହେଲେ ଅନିଲ କୁମାର ଭୋଇ
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ କଂଗ୍ରେସ ପାଇଁ ବଡ଼ ପରିବର୍ତନ ନୂଆ ବର୍ଷ ରେ ନୁଆ ସଭାପତି ମିଳିଥିବାରୁ କଂଗ୍ରେସ କର୍ମୀ ଙ୍କ ମନ ରେ ଖୁସି ର ଲୋହାରୀ ଖେଳିଯାଇଛି l ଦୀର୍ଘ ଦିନ ରୁ ଅପେକ୍ଷାରେ ଥିବା ଏକ ଅଭିଜ୍ଞତା ଯୁବନେତାର ଆବଶ୍ୟକ ଥିଲା ଯାହା କି ଏହି ନୂଆ ବର୍ଷ ରେ ତାହା ପୂରଣ ହେଲା l ଟିକାବାଲି ବ୍ଲକ କଂଗ୍ରେସର ନୂତନ ସଭାପତି ଭାବରେ ଲୋକ ପ୍ରିୟ, ସୁଖ-ଦୁଃଖର ସାଥୀ, ଯୁବନେତା ଶ୍ରୀଯୁକ୍ତ ଅନିଲ କୁମାର ଭୋଇ (ମଣ୍ଟୁ ଭାଇ) ଙ୍କୁ ନିଯୁକ୍ତ ମିଳିଛି l
ଦୀର୍ଘ ଦିନରୁ କଂଗ୍ରେସ ର ବିଭିନ୍ନ କାର୍ଯ୍ୟକ୍ରମ ରେ କଂଗ୍ରେସ କର୍ମୀ ଭାବରେ ଜନସାଧାରଣଙ୍କ ସୁଖ ଦୁଃଖ ରେ ସାଥୀ ହୋଇ କଂଗ୍ରେସ ପାଇଁ କାମ କରିଛନ୍ତି l ଟିକାବାଲି ଅଞ୍ଚଳରେ ମଣ୍ଟୁ ଭାଇଙ୍କ ପରି ଜଣେ ଦକ୍ଷ ଲୋକ କୌଣସି ପଦ ପଦବୀରେ ନଥାଇ ମଧ୍ୟ ଦଳର ସମସ୍ତ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇ ଆସିଥିବା ଦେଖିବାକୁ ମିଳିଛି l ଆଗାମୀ ଦିନରେ ଟିକାବାଲି କଂଗ୍ରେସ ସଂଗଠନ ଆହୁରି ସୁଦୃଢ଼ ହେବ lଜନସାଧାରଣଙ୍କ ଭରଷା ଓ ଦୃଢ଼ ବିଶ୍ୱାସ ନୂତନ ଭାବରେ ସଭାପତି ମଣ୍ଟୁ ଭାଇଙ୍କୁ ଦାୟିତ୍ୱ ମିଳିବା ପରେ କଂଗ୍ରେସ କର୍ମୀଙ୍କ ହୃଦୟ ରେ ନୂଆ ଜୋସ ଦେଖିବାକୁ ମିଳିଛି। ନୂତନ ସଭାପତି ଭାବରେ ଯୁବନେତା ଅନିଲ ଭାଇଙ୍କୁ ନିଯୁକ୍ତ ମିଳିଥିବାରୁ ଅଞ୍ଚଳ ବାସୀ ତଥା ବିଭିନ୍ନ ମହଲ ରୁ ଏବଂ କଂଗ୍ରେସ କର୍ମୀ ଶୁଭେଚ୍ଛା ଜଣାଥିବା ଦେଖିବାକୁ ମିଳିଛି l
