ଟିକାବାଲି ପୋଲିସ ର ବଡ଼ ସଫଳ ୭୫ ଏକର ଜଙ୍ଗଲ ଜମିରୁ କଟା ଗଲା ଗଞ୍ଜେଇ ଗଛ
କନ୍ଧମାଳ:- (ରିପୋର୍ଟ କୁନା ଦିଗାଲ)ଟିକାବାଲି ଥାନା ପୁଲିସ୍ ଓ ରାଜସ୍ୱ ବିଭାଗ ଟିମ୍ ଦ୍ୱାରା ମିଳିତ ଚଢାଉ କରି ଗାର୍ଡିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ମଣ୍ଡାଗୁଡ଼ା ଓ ପାଙ୍ଗାନାଜୁ ଏବଂ କଇଁଝର ପଞ୍ଚାୟତ ଅନ୍ତର୍ଗତ ମଣିଡ୍ରାଗା ଓ କିଲୁସୁଗା ଅଞ୍ଚଳର ୭୫ ଏକର ପରିମିତ ଜଙ୍ଗଲ ଜମିରେ ବେଆଇନ୍ ଚାଷ କରାଯାଇଥିବା ପ୍ରାୟ ୭୫ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କରଯାଇଛି। ଏନେଇ ଟିକାବାଲି ଥାନା କେସ ନଂ ୦୩/୨୦୨୬ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଗଞ୍ଜେଇ ଚାଷରେ ସଂପୃକ୍ତ କାହାରିକୁ ଗିରଫ କରାଯାଇନଥିବା ଥାନାଧିକାରୀ ଇନ୍ସପେକ୍ଟର ପ୍ରଜ୍ଞା ରିତାମ୍ଭରା କର ସୂଚନା ଦେଇଛନ୍ତି।
