ଟିକାବାଲି ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିକାବାଲି ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ …………………………….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବରେ ମୁଖ୍ୟ ଉନ୍ନୟନ ଅଧୁକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଯୁକ୍ତ ଶମ୍ବୁନାଥ ନନ୍ଧୀ, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ, ଦୁଷ୍ମନ୍ତ ସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିକାବାଲି ଶ୍ରୀ ନାରାୟଣ ଦୀକ୍ଷିତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁନିଲ କୁମାର ମଲ୍ଲିକ,ଟିକାବାଲି ବନବିଭାଗ ଅଧିକାରୀ ମାଣିକେଶ୍ବରୀ ପଟନାୟକ , ସହକାରୀ ନିର୍ବାହୀ ଯନ୍ତ୍ରୀ, ବଣ୍ଟି ଚୌଧୁରୀ, ଟିକାବାଲି ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଶାନ୍ତ ଦିଗାଲ,ଅତିରିକ୍ତ କାର୍ଯ୍ୟ କ୍ରମ ଅଧିକାରୀ, ଅନୁରାଧା ମଲ୍ଲିକ,ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଜଳ ବିଭାଜିକା ଟିକାବାଲି ମୁଖ୍ୟ ଅଧିକାରୀ ଶ୍ରୀ ବାସୁଦେବ କଂହର, ସହକାରୀ ଉଦ୍ୟାନ ଅଧିକାରୀ ଟିକାବାଲି ଶ୍ରୀ ରାଜେଶ ବିଶ୍ୱାଳ , କନ୍ଧମାଳ ଜିଲ୍ଲା ଉପାଧ୍ୟକ ସାଧବାଣୀ ନାୟକ,ସରପଞ୍ଚ ସାଲିମା ପ୍ରଧାନ, ରୁବି ପ୍ରଧାନ, ରୁନିତା କହଁର, ପୁଷ୍ପଲତା ପ୍ରଧାନ,କୁନ୍ଦୁରୁ ମଲ୍ଲିକ, କର୍ଣ୍ଣେଲ କହଁର,ସହିତ ସମସ୍ତ 11ଗୋଟି ଗ୍ରାମପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ,ସମସ୍ତ ମେଟ, ଭି ଆର ପି , ଏବଂ ମନରେଗା ଶ୍ରମିକ ମାନଙ୍କ ଉପସ୍ଥିତି ରେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଲକ୍ଷ ଉର୍ଦ୍ଧେଶ୍ୟ ଏବଂ ଏହାର ସଫଳ ରୁପାୟନ ନିମନ୍ତେ, ଟିକାବାଲି ବ୍ଲକର ସମସ୍ତ ମନରେଗା ଶ୍ରମିକ କିପରି ଉପକୃତ ହେବେ,ଏହି ଆଇନ ବିଷୟରେ ଅଧିକରୁ ଅଧିକ ଶ୍ରମିକ କିପରି ଯୋଡ଼ି ହେବେ, ଯାହା ଦ୍ୱାରା ଦାଦନ ଶ୍ରମିକ ରୋକା ଯାଇ ପାରିବ, ଏବଂ ଗ୍ରାମାଞ୍ଚଳ ରେ ଏକ ସ୍ଥାୟୀ ସମ୍ପଦ ସୃଷ୍ଟି କରାଯାଇ ପାରିବ, ଆର୍ଥିକ କ୍ଷେତ୍ର ରେ ରୋଜଗାର ବଡ଼ିବ, ଦାରିଦ୍ର୍ୟ ଦୂର ହେବା ସହିତ , ଏକ ଉତ୍ତମ ପରିବେଶ ସହିତ ସୁସ୍ଥ ସମାଜ ଗଠନ ଦିଗରେ ଏହି ଆଇନ ର ମୁଖ୍ୟ ପ୍ରାବଧାନ ରହିଛି ବୋଲି ଅତି ସୁନ୍ଦର ଭାବ ରେ ସଂକ୍ଷେପରେ ବିସ୍ତୃତ ଆଲୋଚନା କରିଥିଲେ ମୁଖ୍ୟ ଉନ୍ନୟନ ଅଧିକାରୀ,ଶ୍ରୀ ନନ୍ଦୀ,ଏବଂ ମଜୁରୀ ବିଳମ୍ୱ ସହିତ କାର୍ଯ୍ୟ କ୍ଷେତ୍ର ରେ ବିଳମ୍ବନା ଯଦି କିଛି ଦେଖା ଯାଏ ତେବେ, ଦାୟିତ୍ୱ ରେ ଥିବା ଅଧିକାରୀ ଏବଂ କର୍ମଚାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି ପ୍ରକାଶ କରିଥିଲେ l ଏବଂ କାର୍ଯ୍ୟ କ୍ଷେତ୍ରରେ ଆବଶ୍ୟକ ସୁବିଧା ଓ ସୁଯୋଗକୁ ନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ l ଏପରି ଏକ ଯୁଗାନ୍ତକାରୀ ଆଇନ କିପରି ଗ୍ରାମାଞ୍ଚଳ ରେ ଠିକ ରେ କାର୍ଯ୍ୟ କ୍ରମ ହେବ ସେଥିପାଇଁ ସମସ୍ତ ଙ୍କୁ ସଚେତନ କରିବା ସହିତ, ୨୬୬ ପ୍ରକାର ପ୍ରକଳ୍ପ କୁ ନେଇ କିପରି ପଲ୍ଲୀସଭା ଓ ଗ୍ରାମସଭାରେ ଗୃହୀତ କରି ସରକାର ଙ୍କ ଅନୁମଦନ ନିମନ୍ତେ, କାର୍ଯ୍ୟ ଯୋଜନା ପ୍ରସ୍ତୁତି କରି ପଠାଇବେ ସେଥିପାଇଁ ସମସ୍ତର ସହଯୋଗ ଏକାନ୍ତ କାମ୍ୟବୋଲି ଅନୁରୋଧ କରିଥିଲେ l

Leave a Reply

Your email address will not be published. Required fields are marked *