ଟିକାବାଲି ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ପୁରୁଣା ବସ ଷ୍ଟାଣ୍ଡ ଠାରେ ହିନ୍ଦୁ ସମ୍ମିଳନୀ ପରିଚାଳନା କମିଟି ଟିକାବାଲି ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି I ଏହି କାର୍ଯ୍ୟକ୍ରମ ରେ ସାମୁହିକ ହନୁମାନ ଚାଳିଶା, ସଂକୀର୍ତନ, ଧର୍ମ ଚର୍ଚ୍ଚା ତଥା ବୌଦ୍ଧିକ ସହ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା I ଟିକାବାଲି ବ୍ଲକ ର ବିଭିନ୍ନ ଅଞ୍ଚଳ ବାସି ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମ ରେ ବିଶ୍ୱହିନ୍ଦୁ ପରିଷଦ କନ୍ଧମାଳ ଜିଲ୍ଲା ର ସଭାପତି ପ୍ରମୋଦ ପାଣିଗ୍ରାହୀ , ଟିକାବାଲି ହିନ୍ଦୁ ସମ୍ମିଳନୀ ପରିଚାଳନା କମିଟି ସଭାପତି ମୁକ୍ତେଶ୍ଵର ଭୋଇ, ଉପସଭାପତି ଅରବିନ୍ଦ ମହାପାତ୍ର, ସମ୍ପାଦକ ଜ୍ୟୋତିରାଜ ମହାପାତ୍ର, କୋଷାଧକ୍ଷ ସିଦ୍ଧାନ୍ତ ଭୋଇ,ମଞ୍ଚ ପରିଚାଳକ ସନ୍ତୋଷ କୁମାର ବିଷୋୟୀ,ମୁଖ୍ୟ ବ୍ୟକ୍ତା ଚକାପାଦ ସଂସ୍କୁତ ଆଶ୍ରମ ର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଜଗବନ୍ଧୁ ଦାଶ,ସମ୍ମାନିତ ଅତିଥି ଲକ୍ଷ୍ମୀ ନାରାୟଣ ନନ୍ଦ,ସମାଜ ସେବୀ ପ୍ରଶାନ୍ତ ପଣ୍ଡା, ଟିକାବାଲି ସମିତି ଅଧକ୍ଷ ଶ୍ରୀ ଦିଲ୍ଲୀପ କହଁର, ସମାଜ ସେବୀ ଗୋପାଳ ପଣ୍ଡା, ଜିତେନ୍ଦ୍ର ଡାକୁଆ, ରାଜକିଶୋର ପ୍ରଧାନ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ରୁଦ୍ର ପ୍ରସାଦ ସେଠୀ, ଚରଣ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ ରୂପାୟନ କରିଥିଲେ I ସମ୍ମାନିତ ଅତିଥି ଓ ବ୍ୟକ୍ତା ଙ୍କ ହିନ୍ଦୁତ୍ୱ ର ପରିଭାଷା ଓ ହିନ୍ଦୁ ସଭା ସମ୍ମିଳନୀ ର ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ବହୁତ ସୁନ୍ଦର ଅଭିଭାଷଣ ଦେଇଥିଲେ I
