ଟିକାବାଲି କଲେଜରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଟିକାବାଲି କଲେଜରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଟିକାବାଲି କଲେଜରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ…

କନ୍ଧମାଳ:- ତା ୨୮/୧୧/୦୨୫ ରିପୋର୍ଟ କୁନା ଦିଗାଲ କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ. ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏବଂ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଟିଙ୍ଗିଆ ଅଧ୍ୟକ୍ଷ ଶ୍ରୀବାଦଲ କୁମାର ପାଲଙ୍କ ଅଧ୍ୟକ୍ଷତାରେ ଅଧୟନ ରତ ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆତ୍ମାଶକ୍ତି ଟ୍ରଷ୍ଟ, ଓଡିଶା ଶ୍ରମଜୀବୀ ମଞ୍ଚ, ଓ ମହିଳା ଶ୍ରମଜୀବୀ ମଞ୍ଚ,ଏବଂ ମହିଳା ଜୀବିକା ସୁରକ୍ଷା ମଞ୍ଚ, ଓ ଜୀବିକା ସୁରକ୍ଷା ମଞ୍ଚର ମିଳିତ ସହଯୋଗରେ ଆସନ୍ତା,୨୦୪୭ ବିକଶିତ ଭାରତର ଚାରୋଟି ସ୍ତମ୍ଭ ଯଥା, ଯୁବ ଗୋଷ୍ଠୀ, ନାରୀ, କୃଷକ ଓ ଗରିବ ଆଧାରିତ,କୁ ନେଇ ଏକ ଚିତ୍ରଙ୍କନ ମାଧ୍ୟମରେ, ଉପସ୍ଥାପନା ସହିତ, ଆଞ୍ଚଳିକ କୃଷି, ଜଙ୍ଗଲଜାତ ଦ୍ରବ୍ୟ, ଗ୍ରାମୀଣ କଳା ଓ ସଂସ୍କୃତି କୁ ନେଇ ଗ୍ରାମୀଣ ଉଦ୍ୟୋଗ ସ୍ଥାପନ କୁ ନେଇ ଏକ ପ୍ରବନ୍ଧ ଲିଖିନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି lଏହି ପ୍ରତିଯୋଗିତା ଉଭୟ କଲେଜର ମୋଟ ୪୬ ଜଣ ଛାତ୍ର ଛାତ୍ରୀ ଭାଗ ନେଇ ନିଜ ନିଜ ମଧ୍ୟରେ ନିଜ ଅଞ୍ଚଳକୁ ନେଇ ଦେଖୁଥିବା ସ୍ବପ୍ନ କୁନେଇ ଏହି ପ୍ରତିଯୋଗିତା ମାଧ୍ୟମରେ ପରିପ୍ରକାଶ କରିବାର ସୁଯୋଗ ପାଇଥିଲେ l ଏହାକୁ ନେଇ ରାଜ୍ୟ ସ୍ତର ରେ ଉପସ୍ଥାପନା କରି ଉତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ରାଜ୍ୟ ସ୍ତର ରେ ପୁରସ୍କୃତ କରିବାର ଆଗାମୀ କାର୍ଯ୍ୟକ୍ରମ ରହିଥିବା ଜଣାପଢ଼ିଛି l ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ଅଂଶ ଗ୍ରହଣ ମାନ ପତ୍ର ଉଭୟ କଲେଜର ଅଧ୍ୟକ୍ଷ ମହାଶୟ ମାନ ପତ୍ର ପ୍ରଦାନ କରି ଉତ୍ସାହ ସୃଷ୍ଟି କରିଥିଲେ l ଏଭଳି ଏକ ସୁନ୍ଦର ପ୍ରତିଯୋଗିତା ରେ,ସହଯୋଗ କରିଥିଲେ AMCS ମହାବିଦ୍ୟାଳୟ ର ଅଧ୍ୟ୍ୟପିକା ନିବେଦିତା ଭୋଇ, ଅଧ୍ୟାପିକା ଚମ୍ପା ସରେନ,ଅଧ୍ୟାପିକ ସ୍ମୁତି ରେଖା ନାୟକ, ଅଧ୍ୟାପିକା ସଂଘମିତ୍ରା ଦାସ, ଏବଂ ଆଞ୍ଚଳିକମାଧ୍ୟମ ଉଚ୍ଚ ବିଦ୍ୟାଳୟ ଗୁଟିଙ୍ଗିଆ ଅଧ୍ୟାପକ ବିଭୁତି ସାହୁ, ଅଧ୍ୟାପିକା ଏ. ଶିଳ୍ପା ରାଓ, ଲାଇବ୍ରେରୀ ୟାନ ପୁଷ୍ପଲତା ସାହୁ, ଡିଓ ପ୍ରକାଶ ଚନ୍ଦ୍ର ପ୍ରଧାନ,ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ଟିକୁ ସମ୍ପାଦନ କରିଥିଲେ, ସଂଗଠନ ର କର୍ମୀ ସସ୍ମିତା ମଳିକ ଏବଂ ସଞ୍ଜୟ ଦିଗାଲ, ସୁନୀତା ପ୍ରଧାନ ଓ ପ୍ରଣୀତା ଦିଗାଲ l