ତ୍ରୟୋଦଶତମ ବାର୍ଷିକୋତ୍ସବ ପାଳନ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରୟୋଦଶତମ ବାର୍ଷିକୋତ୍ସବ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି।ଏ ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଆଞ୍ଜଳୀ ସା (ଅତିରିକ୍ତ ଥାନା ଅଧିକାରୀ) ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି ଶିଶୁ ,ଅଭିଭାବକ ତଥା ଗୁରୁମା ଗୁରୁଜୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ତ୍ରିପାଠୀ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ତ୍ରିପାଠୀ (ଓଡ଼ିଆ ଅଧ୍ୟାପକ ପଲ୍ଲୀଶ୍ରୀ ମହାବିଦ୍ୟାଳୟ ଚିଚିଣ୍ଡା )ଯୋଗ ଦେଲେ ଗୁରୁଜୀ ଗୁରୁମା ପରିଚାଳନା ସମିତି ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ ଦେଇ ଥିଲେ।ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଗିରୀନ୍ଦ୍ର ସାହୁ (ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ) ଯୋଗ ଦେଇ ଭାରତୀୟ ସଂସ୍କୃତି ଆଧାରିତ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଷୟରେ ଧାରଣା ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।ସମ୍ମାନୀତ ଅତିଥି ଭାବରେ ଶ୍ରୀମତୀ ସସ୍ମିତା ବେହେରା ଭାରପ୍ରାପ୍ତ ଥାନା ଅଧିକାରୀ ଯୋଗ ଦେଇ ପୁରୁଷ ଓ ମହିଳା ମାନଙ୍କୁ ମାର୍ଗଦର୍ଶନ ଦେଇ ଥିଲେ।ଶ୍ରୀମାନ୍ ତାପସ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପୂର୍ବତନ ଯୁଗ୍ମ ସଂପାଦକ ଶ୍ରୀମାନ୍ ଭରତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।କାର୍ଯ୍ୟକ୍ରମକୁ ପରିଚାଳନା ସମିତିର ସଦସ୍ୟ ,ସଦସ୍ୟା ,ଗୁରୁମା, ଗୁରୁଜୀ, ସେବିକା ଅଭିଭାବକ ଅଭିଭାବିକା, ଶିବଶଙ୍କର ସାଉଣ୍ଡ ଏଣ୍ଡ ଲାଇଟ୍ ରଙ୍ଗାଟିକ୍ରା, ମା ସମଲେଶ୍ବରୀ ଟେଣ୍ଟ ହାଉସ୍ ଝିଲିମିଣ୍ଡା ଓ ପିଣ୍ଟୁ ଟେଣ୍ଟ ହାଉସ୍ ସାହାଯ୍ୟ କରିଥିଲେ।
