ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି।

ବରଗଡ଼ ୪,୧୨(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ତହସିଲ ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ତା.୦୩/୧୨/୨୦୨୪ରିଖ ମଙ୍ଗଳବାର ଓ ତା.୦୪/୧୨/୨୦୨୪ରିଖ ବୁଧବାର ଦୁଇ ଦିନ ଧରି ବାର୍ଷିକ କ୍ରୀଡା ମହା ସମାରୋହରେ ପାଳିତ ହୋଇଯାଇଛି।ଏ ଅବସରରେ ଉଦଘାଟନୀ ଉତ୍ସବରେ ସମାଜ ସେବୀ ଶ୍ରୀଯୁକ୍ତ ସକ୍ରାଜିତ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ ଓ ବାର୍ଷିକ କ୍ରୀଡ଼ାକୁ ଉଦଘାଟନ କରି ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ପରିଚାଳନା ସମିତିର ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା ଓ ପୂର୍ବତନ ଯୁଗ୍ମ ସଂପାଦକ ଶ୍ରୀମାନ୍ ଭରତ ଚନ୍ଦ୍ର ପ୍ରଧାନ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମକୁ ଶ୍ରୀମାନ୍ ତାପସ ଭୋଇ କରିଥିଲେ। କାଳିଚରଣ ହୋତାଙ୍କ ସମେତ ଶିଶୁ ଭାଇ ଭଉଣୀ ବୁଗବୁଗା ସମଲେଶ୍ବରୀ ମନ୍ଦିରରୁ ମଶାଲ ଆଣି ମଶାଲ ଶୋଭାଯାତ୍ରା କରି ମଶାଲ ସ୍ଥାପନ କରିଥିଲେ। ଖେଳ ଶିକ୍ଷକ ଶ୍ରୀମାନ୍ ତାପସ ଭୋଇ, ସୁଶ୍ରୀ ବୈଶାଳୀ ଭୋଇ ଓ ଶ୍ରୀଯୁକ୍ତ ଭରତ ଭୋଇଙ୍କ ସମେତ ସମସ୍ତ ଗୁରୁମା ଗୁରୁଜୀ ଖେଳ ପରିଚାଳନା କରିଥିଲେ।ବାର୍ଷିକ କ୍ରୀଡ଼ାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶ୍ବିନୀ ମେହେର (ପଶ୍ଚିମ ଓଡିଶା ସେବା ପ୍ରମୁଖ, ବିଶ୍ବ ହିନ୍ଦୁ ପରିଷଦ),ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ପରମେଶ୍ବର ପଟେଲ(ପଶ୍ଚିମ ଓଡିଶା ବଳ ଉପାସନା ପ୍ରମୁଖ, ବଜରଙ୍ଗ ଦଳ),ଶ୍ରୀଯୁକ୍ତ ଶେଷଦେବ ଛନ୍ଦ(ସରପଞ୍ଚ ବୁଗବୁଗା ପଞ୍ଚାୟତ)ଶ୍ରୀଯୁକ୍ତ ସଞ୍ଜିବ କୁମାର ସାହୁ(ସମାଜ ସେବୀ)ଶ୍ରୀଯୁକ୍ତ ଛାୟାକାନ୍ତ ସାହୁ(ସମାଜ ସେବୀ)ଯୋଗ ଦେଇ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ପରିଚାଳନା ସମିତିର ଉପ ସଭାପତି ଶ୍ରୀଯୁକ୍ତ ହୃଷିକେଶ ସାହୁ, ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା ,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ମେହେର ତଥା ଅତିଥି ଅଧିକାରୀ ମାନେ କୃତି ପ୍ରତିଭାଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଧ୍ବଜ ଅବତରଣ ଓ ଜ୍ୟୋତି ନିର୍ବାପନ କରିଥିଲେ।ପରିଶେଷରେ ଭରତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମଟି ସମସ୍ତ ଗୁରୁମା ଗୁରୁଜୀଙ୍କ ସାହାଯ୍ୟ ଓ ସହଯୋଗରେ ସାଫଲ୍ୟ ମଣ୍ଡିତ ହୋଇଥିଲା।

Leave a Reply

Your email address will not be published. Required fields are marked *