ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି।

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତା୧୫-୦୮-୨୦୨୫ରିଖ ଶୁକ୍ରବାର ଦିନ ପ୍ରଧାନ ଆଚାର୍ଯ୍ୟ ମକୁନ୍ଦ ମହାରଣାଙ୍କ ତତ୍ତ୍ୱାବଧାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ୭୯ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏ ଅବସରରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରି ଦୋଳି ଝୁଲଣ କରାଯାଇଥିଲା।ପରେ ନଗର ପରିକ୍ରମା କରାଯାଇଥିଲା।ନଗର ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଭକ୍ତ ମାନେ ରାଧା କୃଷ୍ଣମାନଙ୍କୁ ପୂଜା କରି ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସାଦ ସେବନର କରିଥିଲେ।ଶିଶୁ ଭଉଣୀ ମାନେ ସାସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ।୭୯ତମ ସ୍ବାଧୀନତା ଦିବସ ଅବସରରେ ପରିଚାଳନା ସମିତିର ସଭାପତି ସନ୍ତୋଷ କୁମାର ମେହେର ପତାକା ଉତ୍ତୋଳନ କରି ଶିଶୁ ମାନଙ୍କୁ ମାର୍ଗଦର୍ଶନଦେଇଥିଲେ। ଉପସଭାପତି ହୃଷିକେଶ ସାହୁ,କୋଷାଧ୍ୟକ୍ଷ ପ୍ରେମାନନ୍ଦ ମେହେର,ଯୁଗ୍ମ ସଂପାଦକ କ୍ଷୀରସାଗର ବେହେରା, ପୂର୍ଣ୍ଣଚନ୍ଦ୍ର ତରିଆ ସାହାଯ୍ୟ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ମକୁନ୍ଦ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ।ଶ୍ରୀମତୀ ଭାର୍ଗବୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀ , ପରିଚାଳନା ସମିତିର ସଦସ୍ୟ, ସଦସ୍ୟା ତଥା ଅଭିଭାବକ ମାନଙ୍କର ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।