ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ଅଦ୍ୟ ତା.୨୮-୦୨-୨୦୨୬ରିଖ ଶନିବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ”ଜାତୀୟ ବିଜ୍ଞାନ ଦିବସ”ପାଳିତ ହୋଇଯାଇଛି।ଏହି ଅବସରରେ ସମାଜସେବୀ ଶ୍ରୀଯୁକ୍ତ ସଞ୍ଜିବ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରି ଶିଶୁ ମାନେ ଭବିଷ୍ୟତରେ ବୈଜ୍ଞାନିକ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ।ଶ୍ରୀମାନ୍ ତାପସ ଭୋଇ ମୁଖ୍ୟ ବକ୍ତା ଯୋଗଦେଇ ଜାତୀୟ ବିଜ୍ଞାନ ଦିବସ ବିଷୟରେ ବକ୍ତବ୍ୟ ରଖିଥିଲେ।ସୁଶ୍ରୀ ରଶ୍ମିତା ବାରିକ କାର୍ଯ୍ୟକ୍ରମ ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ମାନେ ଜାତୀୟ ବିଜ୍ଞାନ ଦିବସ ବିଷୟରେ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମକୁ ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।