ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ମକୁନ୍ଦ ମହାରଣାଙ୍କ ତତ୍ତ୍ୱାବଧାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି।ଏ ଅବସରରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରି ଦୋଳି ଝୁଲଣ କରାଯାଇଥିଲା।ପରେ ନଗର ପରିକ୍ରମା କରାଯାଇଥିଲା।ନଗର ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଭକ୍ତ ମାନେ ରାଧା କୃଷ୍ଣମାନଙ୍କୁ ପୂଜା କରି ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସାଦ ସେବନର କରିଥିଲେ।ଶିଶୁ ଭଉଣୀ ମାନେ ସାସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ।ପରିଚାଳନା ସମିତିର ଉପସଭାପତି ବୃନ୍ଦାବନ ସାହୁ ,କୋଷାଧ୍ୟକ୍ଷ ପ୍ରେମାନନ୍ଦ ମେହେର, ପୂର୍ଣ୍ଣଚନ୍ଦ୍ର ତରିଆ ସାହାଯ୍ୟ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀ , ପରିଚାଳନା ସମିତିର ସଦସ୍ୟ, ସଦସ୍ୟା ତଥା ଅଭିଭାବକ ମାନଙ୍କର ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
