ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଝରାପାଲି, ଥୁଆପାଲି ଲାୟନ୍ସ କ୍ଲବ ଠାରେ ଲାୟନ୍ସ କ୍ଲବ, ଲିଓ କ୍ଲବ ଓ ତ୍ରିଲୋଚନ ନେତ୍ରାଲୟ ସଂବଲପୁର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ଅମୀୟ କୁମାର ମେହେର ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଚକ୍ଷୁ ଚିକିତ୍ସା ଶିବିର ରେ ମୋଟ ୧୨୩ ଜଣ ଚକ୍ଷୁ ପରୀକ୍ଷା କରାଯାଇଥିଲା। ୪୪ଜଣ କୁଂ ଚଷମା ପ୍ରଦାନ କରାଯାଇଥିଲା ଓ ୨୬ ଂଜଣ କୁଂ ଚକ୍ଷୁ ଅପରେସନ ପାଇଁ ତ୍ରିଲୋଚନ ନେତ୍ରାଲୟ ସଂବଲପୁର କୁ ପଠାଥିଲେ। ଏହି ଚକ୍ଷୁ ପରୀକ୍ଷା ଶିବିର ରେ ଡକ୍ଟର ଉତ୍କର୍ଷ କୁମାର, ଟେକନିସିଆନ ଲିପିରାନୀ ଭୋଇ, ରୁନୁ ମଟାରୀ, ଆଦ୍ୟାଶା ପ୍ରଧାନ ପ୍ରମୁଖ ଚକ୍ଷୁ ପରୀକ୍ଷା ରେ ସହଯୋଗ କରିଥିଲେ। ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ଲାୟନ୍ସ ଭୈରବ ଚରଣ ହୋତା, ଲାୟନ୍ସ କୁଶ ପ୍ରଧାନ, ଲାୟନ୍ସ ଧନପତି ଷାଣ୍ଡ, ଲାୟନ୍ସ ମନୋଜ ନାରନଲିଆ, ଲାୟନ୍ସ ସନ୍ତୋଷ କୁମାର ପାଢ଼ୀ, ଲାୟନ୍ସ ଦୀପକ ଅଗ୍ରୱାଲ, ଲାୟନ୍ସ ବିଜନ ପାଢୀ ଲିଓ କ୍ଲବ ର ସଂଯୋଜକ ଯୋଗେଶ ଅଗ୍ରୱାଲ, ବରୁଣ ବୁଡେକ, ରଂଗା ରାଓ, ସୂରଜ ସିଂ ପ୍ରମୁଖ ଚକ୍ଷୁ ପରୀକ୍ଷା ସମୟରେ ସହଯୋଗ କରିଥିଲେ। ପରିଶେଷରେ ତ୍ରିଲୋଚନ ନେତ୍ରାଲୟ, ସଂବଲପୁର, ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ସମସ୍ତ ସଦସ୍ୟ ମାନେ ଚକ୍ଷୁ ପରୀକ୍ଷା ଶିବିର ରେ ସହଯୋଗ କରିଥିବାରୁ ଲାୟନ୍ସ ଶଂକରଲାଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
