ଝରାପାଲି ମାର୍କେଟ ଥୁଆପାଲି ର ବିଷିଷ୍ଟ ବ୍ୟବସାୟୀ ମଧୂସୁଦନ ଦାସ କଂ ଦେହାନ୍ତ ହୋଇଯାଇଛି।

ଝରାପାଲି ମାର୍କେଟ ଥୁଆପାଲି ର ବିଷିଷ୍ଟ ବ୍ୟବସାୟୀ ମଧୂସୁଦନ ଦାସ କଂ ଦେହାନ୍ତ ହୋଇଯାଇଛି।

ଝରାପାଲି ମାର୍କେଟ ଥୁଆପାଲି ର ବିଷିଷ୍ଟ ବ୍ୟବସାୟୀ ମଧୂସୁଦନ ଦାସ କଂ ଦେହାନ୍ତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଥୁଆପାଲି ର ବିଷିଷ୍ଟ ବ୍ୟବସାୟୀ ମଧୂସୁଦନ ଦାସ, ଭୁବନେଶ୍ବର ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଅସୁସ୍ଥ ଅନୁଭବ କରିବାରୁ ଏକ ଘରୋଇ ଡାକ୍ତରଖାନା କୁ ନିଆଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ସମୟରେ ୬୬ ବର୍ଷ ହୋଇଥିଲା। ତାକଂର ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମରଶରୀର କୁ ଥୁଆପାଲି ଅଣାଯାଇଥିଲା। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆତ୍ମିୟ ସ୍ଵଜନ,ବନ୍ଧୁ ବାନ୍ଧବ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶବାଧାରରେ ସାମିଲ ହୋଇ ଅନ୍ତିମ ବିଦାୟ ଦେଇଥିଲେ । ତାଙ୍କର ପଛରେ ବିଧବା ପତ୍ନୀ କେତକୀ ଦାସ, ଦୁଇଝିଅ ବନ୍ଟି, ମଧୁସ୍ମିତା, ପୁଅ ଉତ୍କର୍ଷ, ଜୋଇଁ ଦେବେନ ପଣ୍ଡା ଓ ନାତିନାତୁଣୀ ଛାଡି ଯାଇଛନ୍ତି। ପୁଅ ଉତ୍କର୍ଷ ଦାସ ସ୍ଵର୍ଗତ ମଧୁସୂଦନ କଂ ମରଶରୀର ରେ ମୁଖାଗ୍ନି ସଂଯୋଗ କରିଥିଲେ ।