ଝରାପାଲି ଗ୍ରାମ ଠାରେ ଷୋଳହ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଝରାପାଲି ଗ୍ରାମ ଠାରେ ଷୋଳହ ପ୍ରହରୀ ନାମଯଜ୍ଞ ତା୨୮, ୨ ରୁ ୦୨, ୩, ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୋହିତ ଭବରେ ପଣ୍ଡିତ ଧ୍ରୁବଚରଣ ତ୍ରିପାଠୀ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ ।ଏଥିରେ ମୁଖ୍ୟ କର୍ତ୍ତା ଭାବେ ଯୋଗେଶ୍ବର ଭୂଏ ଓ ଧର୍ମପତ୍ନୀ ବନିତା ଭୂଏ ପୂଜା କାର୍ଯ୍ୟ ତୁଲାଇଥିଲେ। କଳସ ଯାତ୍ରା ଝରାପାଲି ଗ୍ରାମ ର ସମସ୍ତ ମହିଳା., ପୁରୁଷ ସାମିଲ ହୋଇ ଥିଲେ। ପ୍ରତି ଦିନ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ରଙ୍ଗିନ କୀର୍ତ୍ତନ ଭାଲୁପାଲି ଓ ରେମତା, ଉଦଣ୍ଡ କୀର୍ତ୍ତନ ଲିପ୍ସା ରାଣୀ ଖମାରି ଓ ଅଲିଭା ରାଣୀ ଦେହୁରୀ ପରିବେଷଣ ହୋଇଥିଲା । ନାମଯଜ୍ଞ ଓ କୀର୍ତ୍ତନ ଦେଖିବାକୁ ଶହଶହ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ। ଏହି ସମୟରେ ଝରାପାଲି ଗ୍ରାମବାସୀ ସହଯୋଗ କରିଥିଲେ।
