ଝଞ୍ଜାବତୀ ମହିଳା କ୍ଲବ୍ର ସାମୂହିକ ପଦଯାତ୍ରା
ରାୟଗଡ଼( info media ): ଆଜି ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ, ୱାକର୍ସ ଇଣ୍ଟରନ୍ୟାସନାଲ କ୍ଲବର ପ୍ରତିଷ୍ଠାତା ସ୍ବର୍ଗତ ଏସ୍. ଆଲୱର ଦାସଙ୍କ ପୁଣ୍ୟତିଥ୍ ପାଳନ କରିଛି। ଏହି ଅବସରରେ ତାଙ୍କୁ ସମର୍ପିତ କରିବା ପାଇଁ ସାମୂହିକ ପଦଯାତ୍ରା କରାଯାଇଥିଲା I ଯାହା ୱାକର୍ସ କ୍ଲବର ଏକ ମୂଳମନ୍ତ୍ର | ପିଏସଟି ଦଳର ପ୍ରାୟ ୧୦ ଜଣ ସଦସ୍ୟ ଉପସ୍ଥିତ ଥିଲେ | ଅଧ୍ଯକ୍ଷା ଅନସୂୟା ମାଝୀ, ସଭାପତି ରୀତାରାଣୀ ମିଶ୍ର, (ସଚିବ), ବିଜୟଲକ୍ଷ୍ମୀ ମିଶ୍ର (କୋଷାଧ୍ୟକ୍ଷ), ସୁଜାତା ମାଦଳା, ନମିତା ପାଢ଼ୀ, ଅରୁଣା ବେହେରା ଏମଜି ଏଫ, ମାମାଲି ବାରିକ, ଅମିକା ବିଡିକା ଉପସ୍ଥିତ ଥିଲେ I ରୀତାରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
