ଝଞ୍ଜାବତି ମହିଳା ୱାକରସ କ୍ଳବ ପକ୍ଷରୁ କମ୍ବଳ ବଣ୍ଟନ

ଝଞ୍ଜାବତି ମହିଳା ୱାକରସ କ୍ଳବ ପକ୍ଷରୁ କମ୍ବଳ ବଣ୍ଟନ

ଝଞ୍ଜାବତି ମହିଳା ୱାକରସ କ୍ଳବ ପକ୍ଷରୁ କମ୍ବଳ ବଣ୍ଟନ

ରାୟଗଡ(ସ୍ୱ ପ୍ର ) ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାୟଗଡ ଝଞ୍ଜାବତି ମହିଳା ୱାକରସ କ୍ଲବ୍ ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରକୋପ ଶୀତ କୁ ଦୃଷ୍ଟି ରେ ରଖି ଏହି କ୍ଳବ ର ମହିଳା ସଦସ୍ୟମାନେ ରାୟଗଡ଼ ସହର ନିକଟରେ ଅବସ୍ଥିତ ମାରିଗୁଡ଼ା ଗ୍ରାମରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ । ମାରିଗୁଡା ଗ୍ରାମର ପ୍ରାୟ 50 ଗୋଟି ପରିବାରକୁ ୱାକରସ୍ କ୍ଲବ୍ ର ସଦସ୍ୟ ମାନେ କମ୍ବଳ ବଣ୍ଟନ କରି ଥିଲେ। କମ୍ବଳ ବଣ୍ଟନ ପରେ ଗ୍ରାମ ର ଲୋକଙ୍କ ସହିତ ସେମାନଙ୍କ ଅଭାବ ଅସୁବିଧା ପଚାରିବୁଝିଥିଲେ l

ଆଜିର ଏହି କାର୍ଯ୍ୟକ୍ରମରେ କ୍ଲବ୍ ର ସଭାପତି ୱାକେର ଅନୂଷୟା ମାଝୀ,ସମ୍ପାଦିକା ୱାଲର ରୀତା ରାଣୀ ମିଶ୍ର, , ଉପସଭା ପତି, ,ସୁଜ୍ଞଆନି ପାଢ଼ୀ, ମ୍ ଜି ଫ୍ ରୁବି ରାଣୀ କୁଣ୍ଡୁ , ଏମ ଜି ଫ୍ ଅରୁଣା ବେହେରା,ଉପଦେଷ୍ଟା କଳ୍ପନା ଦାସ, ପଦ୍ମାଳୟା ମିଶ୍ର,ସୁଜାତା ମାଦଳା,ନମିତା ପାଢୀ,ରଶ୍ମିତା ପଣ୍ଡା ,ଜଳୀ ୱାକେରେ ଶିବାନୀ ପାଳକା,ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆଗାମୀ ଦିନ ରେ ଆମ କ୍ଳବ ପକ୍ଷରୁ ଜନସାଧାରଣ ଙ୍କ ହିତ ନିମନ୍ତେ ବହୁ କିଛି କାର୍ଯ୍ୟକ୍ରମ କରାଯିବ ବୋଲି ସଭାନେତ୍ରୀ ଅନୁସୟା ମାଝୀ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ