ଝଞାଵତୀ ମହିଳା ଓକୋର୍ସ କ୍ଲବ ତରଫରୁ ପଖାଳ ଦିବସ ପାଳିତ
ରାୟଗଡ(info media)ଓଡ଼ିଆ ପରମ୍ପରା ଓ ଖାଦ୍ୟ ସଂସ୍କୃତିକୁ ସ୍ମରଣ କରି ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ୍ର ପକ୍ଷରୁ ପଖାଳ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥିଲା।ଏହି ଅବସରରେ ସମସ୍ତ ସଦସ୍ୟା ଏକାଠି ହୋଇ ପାରମ୍ପରିକ ପଖାଳ, ସାଗ, ଭଜା ଓ ବିଭିନ୍ନ ଓଡ଼ିଆ ପଦାର୍ଥର ଆସ୍ୱାଦ ନିଅଇଥିଲେ ଓ ଆମର ଐତିହ୍ୟକୁ ଗର୍ବର ସହ ପାଳନ କରିଥିଲେ।ଏହା କେବଳ ଖାଦ୍ୟ ଉତ୍ସବ ନୁହେଁ, ବରଂ ଆମର ସଂସ୍କୃତି, ଏକତା ଓ ସ୍ନେହକୁ ଆରୋ ମଜବୁତ କରିବାର ଏକ ସୁନ୍ଦର ପ୍ରୟାସ l ଆମର ପ୍ରିୟ ପଖାଳ ଆମର ଗର୍ବ,।।ବିଶ୍ୱ ପଖାଳ ଦିବସ ଅବସରରେ ଝଞାଵତୀ ମହିଳା ଓକୋର୍ସ କ୍ଲବ ତରଫରୁ ଆଜି ସାମୂହିକ ପଖାଳ ଖାଇ ସୁସ୍ଥ ରହିବା ପାଇଁ ସମାଜକୁ ଏକ ବାର୍ତ୍ତା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସଭାପତି ଅନସୂୟା ମାଝୀ,ଏମ୍ ଜି ଏଫ୍ ରୂଵୀ କୁଣ୍ଡ,ଉପ ସଭାପତି ରେଣୁବାଳା ପାଣି ଗ୍ରାହି, କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ମିଶ୍ର ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
