ଝଗଡ଼ପଟା ଗ୍ରାମରେ ଅଷ୍ଟ ଥଳ ଦଣ୍ଡ ନୃତ୍ୟ ଧୂମଧାମରେ ଅନୁଷ୍ଠିତ

ଝଗଡ଼ପଟା ଗ୍ରାମରେ ଅଷ୍ଟ ଥଳ ଦଣ୍ଡ ନୃତ୍ୟ ଧୂମଧାମରେ ଅନୁଷ୍ଠିତ

ଝଗଡ଼ପଟା ଗ୍ରାମରେ ଅଷ୍ଟ ଥଳ ଦଣ୍ଡ ନୃତ୍ୟ ଧୂମଧାମରେ ଅନୁଷ୍ଠିତ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଆର ନୁଆଗାଁ ଗ୍ରାମପଞ୍ଚାୟତ ଝଗଡ଼ ପଟା ଗ୍ରାମ ରେ ଅଷ୍ଟ ଥଳ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଅଷ୍ଟ ଥଳ ଦଣ୍ଡ ନୃତ୍ୟ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ତଥା ଓଡିଶାର ଅତି ପରିଚିତ ସୁ ମଧୁର ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ଜଳନ୍ଧର ବେହେରା (ଜେଡି ଭାଇ ) ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l ଏହି ଉତ୍ସବ ରେ ସଂମ୍ମାନିତ ଅତିଥି ଭାବରେ ବୀରେନ୍ଦ୍ର କହଁର ଯୋଗ ଦେଇଥିଲେl
ଏଥିରେ ପ୍ରଥମେ ଗ୍ରାମର ମା, ଭଉଣୀ, ବାପା,ଯୁବକ, ଯୁବତୀ ସମସ୍ତେ ମିଳିତ ଭାବରେ ମୁଖ୍ୟ ରାସ୍ତା ରୁ ବାଜାବାଦ୍ୟ କରି ଆଡମ୍ବର ସହକାରେ ଛକ ରୁ ଗ୍ରାମକୁ ବରଣ କରି ଆଣିଥିଲେ। ଦଣ୍ଡ ଥଳ କୁ ଆଣି ପୂଜାଵିଧି ସାରି ଖାଦ୍ୟପାନ କରି ଦଣ୍ଡ ଯାତ୍ରା କଳାକାର ନାଚ ଆରମ୍ଭ କରିଥିଲେ। ଏଥିରେ ଦିନ ବେଳା ସମସ୍ତ ଅଷ୍ଟ ଥଳ ଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ ଓ ସନ୍ଧ୍ୟା ସମୟ ରେ ଶେଷ କରି ଜଳ ଘାଟ କୁ ଯାଇ ନିତ୍ୟ କର୍ମ କରି ଆସିଥିଲେ। ସନ୍ଧ୍ୟା 7 ଟା ସମୟ ରେ ଦଣ୍ଡ ମେଡ଼ ଦେଖିବାକୁ ମିଳିଥିଲା। ସେଠାରେ ଭକ୍ତ ମାନଙ୍କ ର ରୋଗ ଦୁଃଖ କୁ ଦୁରକରିବାକୁ ଭଗବାନଙ୍କ ଉଭା ହେବା ସମୟ ରେ ନିଜ ନିଜ ର ଦୁଃଖ କୁ ପ୍ରକାଶ କରି ପଚାରି ବୁଝିଥିଲେ। ଏହି ଦଣ୍ଡ ଯାତ୍ରା ମଞ୍ଚ କୁ ଯୋଗେଶ୍ୱର ବେହେରା ସୁନ୍ଦର ଭାବରେ ପରିଚାଳନା କରିଥିଲେ l