ଜୋର ଧରିଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବଦଳି ଦାବି ସମୂହ ଛୁଟିରେ ଗଲେ ସ୍ୱାସ୍ଥ୍ୟ କର୍ମୀବାସଭବନରେ ତାଲା ପକାର ଆଶାକର୍ମୀଙ୍କ ଧାରଣାଛାତ ଡେଉଁ ଚାଲିଗଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ।

ଜୋର ଧରିଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବଦଳି ଦାବି ସମୂହ ଛୁଟିରେ ଗଲେ ସ୍ୱାସ୍ଥ୍ୟ କର୍ମୀବାସଭବନରେ ତାଲା ପକାର ଆଶାକର୍ମୀଙ୍କ ଧାରଣାଛାତ ଡେଉଁ ଚାଲିଗଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ।

ଜୋର ଧରିଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବଦଳି ଦାବି ସମୂହ ଛୁଟିରେ ଗଲେ ସ୍ୱାସ୍ଥ୍ୟ କର୍ମୀବାସଭବନରେ ତାଲା ପକାର ଆଶାକର୍ମୀଙ୍କ ଧାରଣାଛାତ ଡେଉଁ ଚାଲିଗଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ।ଗଜପତି,୧୦/2(ମନୋଜ ପାଢ଼ୀ)-: ଜୋର ଧରିଲା ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜୟ ପଣ୍ଡଙ୍କ ବଦଳି ଦାବି l ଆଜି ଏହି ଦାବି ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ବାସଭବନ ରେ ତାଲା ପକାଇ ଗଣ ଧାରଣା ଦେଇଛନ୍ତି ଶତାଧିକ ଆଶାକର୍ମୀ l ଆଶାକର୍ମୀ ସଂଘର ଗଜପତି ଜିଲ୍ଲା ସଭାନେତ୍ରୀ ନିରୁପମା ନାୟକ ଓ ବ୍ଲକ ସଭାନେତ୍ରୀ ସଂଗୀତା ନାୟକଙ୍କ ନେତୃତ୍ୱରେ ଆଶାକର୍ମୀ ମାନେ ଧାରଣାରେ ବସିଥିବା ବେଳେ ଯେତେବେଳ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ବଦଳି କରାଯାଇ ନାହିଁ, ସେତେବେଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ମାନେ ଚେତାବନୀ ଦେଇଛନ୍ତି l ଆଶାକର୍ମୀ ମାନେ ଅଭିଯୋଗ କରିଛନ୍ତି ଯେ ଯେଉଁ ଦିନ ଠାରୁ ଡାକ୍ତର ଜୟ ପଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଲେ ସେହି ଦିନ ଠାରୁ ସେମାନେ ନିୟମିତ ପାରିଶ୍ରମିକ ପାଉ ନାହାନ୍ତି l ଏଥିସହ ବିଭିନ୍ନ ବାବଦରେ ଆଶାକର୍ମୀ ଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ କରିଛନ୍ତି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ପତ୍ନୀ ଏଲଆଇସି ଏଜେଣ୍ଟ ଥିବାବେଳେ ତାଙ୍କ ପାଖରେ ଏଲ ଆଇ ସି କରିବାକୁ ବାଧ୍ୟ କରୁଛନ୍ତି l ଯିଏ ଏଲ ଆଇ ସି ନକରିବ ତାଙ୍କ ପାରିଶ୍ରମିକ ଦେବାରେ ବିଳମ୍ବ କରିବା ହଇରାଣ କରାଯାଉଛି ବୋଲି ଆଶାକର୍ମୀ ଅଭିଯୋଗ କରିଛନ୍ତି l

ଏନେଇ ବାରମ୍ବାର ଆଶାକର୍ମୀ ମାନେ ଜିଲ୍ଲା ପ୍ରଶାସନ କୁ ଜଣାଇଲେ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉନାହିଁ l ତେଣୁ ବାଧ୍ୟ ହୋଇ ଆଜି ତାଙ୍କର ବାସଭବନ ରେ ତାଲା ପକାଇ ଧାରଣା ଦେଇଛୁ ବୋଲି କହିବା ସହ ଯେତେବେଳେ ପର୍ଯ୍ୟନ୍ତ ତାଙ୍କୁ ବଦଳି କରା ନଯାଇଛି ସେତେବେଳେ ପର୍ଯ୍ୟନ୍ତ ତାଲା ଖୋଲିବୁ ନାହିଁ କି ଧାରଣା ରୁ ଉଠିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆଶାକର୍ମୀ l ତେବେ ଆଜି ମୋହନା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଥିବାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବାସଗୃହ ପଛପଟେ ଛାତ ଉପରୁ ଡେଇଁ ଅଭିଯୋଗ ଶୁଣାଣି ସ୍ଥଳରେ ପହଞ୍ଚି ଥିଲେ l ସେପଟେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବଦଳି ଦାବିରେ ସମୂହ ଛୁଟିରେ ଗଲେ ସ୍ୱାସ୍ଥ୍ୟ କର୍ମୀ l ସେମାନଙ୍କୁ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବହୁତ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି l

ଅନ୍ୟ ପକ୍ଷରେ ଜନ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବଦଳି ଦାବି କରିବା ସହ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି l ତେବେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବ୍ଲକ କାର୍ଯ୍ୟଳୟ ରେ ଚାଲିଥିବା ବେଳେ ଡାକ୍ତରଖାନା ପରିସରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ ଆଶାକର୍ମୀ l ଏହା ଜାଣିବା ସତ୍ୱେ କୌଣସି ଅଧିକାରୀ ଆଶାକର୍ମୀ ଙ୍କ ପାଖକୁ ଆସି ସେମାନଙ୍କ ଦୁଃଖ ବୁଝିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି l ଏସମ୍ପର୍କରେ ରେ ଖୁବ ଶିଘ୍ର ଅଭିଯୋଗର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶାନ୍ତନୁ ପାଢ଼ୀ ଓ ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହନlଙ୍ଗା କହିଛନ୍ତି l