ଜୈବିକ କୃଷି ପ୍ରଶିକ୍ଷଣ ଅନୁଷ୍ଠିତ |

ଜୈବିକ କୃଷି ପ୍ରଶିକ୍ଷଣ ଅନୁଷ୍ଠିତ |

ଆର,ଉଦୟଗିରି(ମନୋଜ ପାଢୀ)..୨୦/୭/୨୫.. ଗଜପତି ଜିଲ୍ଲା ମୋହନା କଣ୍ଟେଇକୋଳି ଗାଁରେ ଜୈବିକ କୃଷି ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି l ସୂୟଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶିବିରରେ ପ୍ରାନ୍ତ ପ୍ରବନ୍ଧକ ପ୍ରଶାନ୍ତ ଶତପଥୀ, ଜିଲ୍ଲା କାର୍ଯ୍ୟକର୍ତ୍ତା ରଞ୍ଜନ ସାହୁ ଓ ପ୍ରଦୀପ ମଳିକ ଯୋଗଦେଇ ଜୈବିକ ଖତ, ଜୀବlମୃତ ଓ କୀଟ ନିୟନ୍ତ୍ରଣ ଉପରେ ଲୋକଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ସୂୟଶ ଚାରିଟେବୁଲ ଟ୍ରଷ୍ଟ ଗତ ୪୦ ବର୍ଷ ହେଲା ଏହି ଟ୍ରଷ୍ଟ ର ଅଧ୍ୟକ୍ଷ ୟସରାଜ ଘେଶlସ ଓ ତାଙ୍କ ଝିଅ ଅଧ୍ୟକ୍ଷା ଶାଲକା ଘେଶlସ ଙ୍କ ନେତୃତ୍ୱରେ ଦେଶର ୭ ଟି ରାଜ୍ୟରେ ଜନଜାତି କୃଷକ ମାନଙ୍କୁ ଜୈବିକ କୃଷି ମାଧ୍ୟମରେଛ ସ୍ୱାବଲମ୍ବୀ, ସ୍ୱାଭିମାନୀ ଓ ସଦାଚାରୀ କରିବା ପାଇଁ କାର୍ଯ୍ୟ କରୁଛି ।