ଜୁନିଅର ରେଡକ୍ରସର ତ୍ରିଦିବସୀୟ ତାଲିମ ଶିବିର ଉଦଯାପିତ ।(୧୬-୧୮ ମାର୍ଚ୍ଚ ୨୦୨୬)(ବିପଦର ବନ୍ଧୁ ପ୍ରକୃତ ବନ୍ଧୁ )
ଗଜପତି ୧୮.୩(ମନୋଜ ପାଢ଼ୀ)-:ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡ଼ ଠାରେ ତ୍ରିଦିବସୀୟ ଅଣତାଲିମ ପ୍ରାପ୍ତ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ମାନନୀୟ ଜିଲ୍ଲା ଶିକ୍ଷାଧିକାରୀ ଡ଼. ମାୟାଧର ସାହୁଙ୍କ ନିର୍ଦେଶ କ୍ରମେ ଏବଂ ରା. ଉଦୟଗିରି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର ମଣ୍ଡଳ ଙ୍କ ପରାମର୍ଶ କ୍ରମେ ଓ ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ରେଡକ୍ରସ ଅଧିକାରୀ ସଂଜୀବ କୁମାର ଦାସ ଓ ବରିଷ୍ଠ ସମ୍ବଳ ସାଧନକର୍ମୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ବଡ଼ରଇତଙ୍କ ମାର୍ଗଦର୍ଶନ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରା.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼. ସଂଗ୍ରାମ ପରମଗୁରୁ,ଶ୍ରୀ ସିମାଞ୍ଚଳ ସାହୁ କାର୍ଯ୍ୟକ୍ରମ ସହାୟକ କୃଷି ବିଜ୍ଞାନ କେନ୍ଦ୍ର ରା. ଉଦୟଗିରି,ବରିଷ୍ଠ ଶିକ୍ଷକ ଶ୍ରୀ ଯୁକ୍ତ ରାମଚନ୍ଦ୍ର ଦଳବେହେରା ଓ ଜିଲ୍ଲା ରେଡକ୍ରସର ସକ୍ରିୟ ସମ୍ବଳ ସାଧନକର୍ମୀ, ଶ୍ରୀଯୁକ୍ତ ଦେବଦାସ ତାମରାପୁ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ, ଶ୍ରୀ ୱାଇ ଧର୍ମରାଓ, ଶ୍ରୀ ବାଳକୃଷ୍ଣ ବାଗସିଂ, ଶ୍ରୀ ପ୍ରହ୍ଲାଦ ଶିଅଳ,ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍,ଶ୍ରୀ ନୀତେଶ ଲେଙ୍କା ପ୍ରମୁଖ ସମ୍ବଳ ସାଧନ କର୍ମୀ ଭାବେ ଯୋଗଦାନ କରି ପ୍ରଶିକ୍ଷାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ରେଡକ୍ରସ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏହି ଶିବିରରେ ଗଜପତି ଜିଲ୍ଲା ରେ ସାତଟି ବ୍ଲକ୍ ରୁ ୬୦ ଜଣ ସକ୍ରିୟ ଯୁବ ପରାମର୍ଶଦାତା ଯୋଗଦାନ କରି ରେଡକ୍ରସର ଇତିହାସ ଓ ବିଦ୍ୟାଳୟ ସ୍ତରରେ ରେଡକ୍ରସର ଭୁମିକା,ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା,ବିଦ୍ୟାଳୟ ନିରାପତ୍ତା, ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ,ଜଳବାୟୁ ପରିବର୍ତ୍ତନ ,ସାଇବର ସୁରକ୍ଷା, ତମାଖୁ ବର୍ଜନ, ବଜ୍ରପାତ ରୁ ସୁରକ୍ଷା ଓ ଏଚ. ଆଇଭି ଏଡ଼ସ ଆଦି ବିଷୟରେ ଶିକ୍ଷା ପ୍ରଦାନ କରି ସମସ୍ତଙ୍କୁ ସଚେତନ କରାଇଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ପରିଚାଳନା କମିଟିର ସମସ୍ତ ସହକର୍ମୀ ଯୋଗଦାନ କରିଥିଲେ।
ପରିଶେଷରେ ସମସ୍ତ ଙ୍କୁ ରାଜ୍ୟ ଜୁନିଅର ରେଡକ୍ରସ ତରଫରୁ ଗଣ ପୋଷାକ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ଉଦଯାପନୀ ଉତ୍ସବ ରେ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ବାଇଁ ଙ୍କୁ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଭାଗିରଥି ପରିଡା ସମସ୍ତଙ୍କୁ ଧନ୍ୟବାଦ କରିଥିବା ବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।ଏଭଳି ସାମାଜିକ ଉନ୍ନତିମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ଭୁରୀ ଭୁରୀ ପ୍ରଶଂସା କରାଯାଇଥିଲା ।
