ଜି ଉଦୟଗିରି ଠାରେ ଦୁଇଦିନିଆ ରାଜ୍ୟ ସ୍ତରୀୟ ସିପକ ଟ୍ରାକୋ ଟୁର୍ନାମେଣ୍ଟ ଉଦଯାପିତ….

ଜି ଉଦୟଗିରି ଠାରେ ଦୁଇଦିନିଆ ରାଜ୍ୟ ସ୍ତରୀୟ ସିପକ ଟ୍ରାକୋ ଟୁର୍ନାମେଣ୍ଟ ଉଦଯାପିତ….

କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଜି ଉଦୟଗିରି ନିକଟସ୍ଥ ଗ୍ରେସିଙ୍ଗିଆ ଠାରେ ଜାନୁଆରୀ ୩ ଓ ୪ ଦୁଇଦିନ ବ୍ୟାପୀ ୨୩ ତମ ରଜ୍ୟ ସ୍ତରୀୟ ସିପକ ଟ୍ରlକୋ ଟୁର୍ନାମେଣ୍ଟ ଶନିବାର ଉଦଯାପିତ ହୋଇଛି l ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଯୋଗ ଦେଇ ବାଳିକା ସ୍ତରରେ ଚାମ୍ପିୟନହୋଇଥିବା କିସଟିମ ଓ ସୁନ୍ଦରଗଡ ରନର୍ସ ଅପ ଦଳଓ ବାଳକ ସ୍ତରରେଚମ୍ପିୟାନ କିଟ ଓକିସ କୁ କପ ଓ ପ୍ରମାଣ ପତ୍ରପ୍ରଦାନ କରିଥିଲେ lଏହା ବ୍ୟତୀତ ନିଜେ ବାଳକ ଓ ବାଳିକା କ୍ଷେତ୍ରରେ ବିଜେତା ଓ ଉପ ବିଜେତା ଏହିପରି ଚାରିଟା ଟିମ କୁ ଏକ ହଜାର ଟଙ୍କା ଲେଖାଏଁ ଚାରିହଜାର ଟଙ୍କା ପ୍ରଦାନ କରିଥିଲେ l ଏହି ଅବସରରେ ସିପକ ଟ୍ରା କୋ ଖେଳ ର ପ୍ରଚାର ପ୍ରସାର ପାଇଁ ସେ ପୁର୍ଣ ସହଯୋଗ କରିବେ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ବାଘ ,ଜିଲ୍ଲା ପରିଷଦ ସଭ୍ୟା ନୀଳିମା ପ୍ରଧାନ,ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସାମ୍ବାଦିକ ସନ୍ତୋଷ ଡିଗାଲ, ସମାଜ ସେବୀ ଅଶୋକ ପ୍ରଧାନ, କୁଇ ସମାଜ ସମ୍ପାଦକ ତଥା ସମାଜ ସେବୀ ଅବନୀ କହଁ ର ପ୍ରମୁଖ ଯୋଗ ଦେଇ କ୍ରୀଡ଼ାବିତ ମାନ ଙ୍କୁ ଉତ୍ସାହିତ କରିଥିଲେ l କନ୍ଧମାଳ ସିପକ ଟ୍ରlକୋ ଏସସୋସିଏସନ ର ମହମଦ ଜ଼ିଆଉଁଦିନ,ଗ୍ରେସିଙ୍ଗିଆ ପଂଚାୟତ ସରପଞ୍ଚ ଶ୍ରୀମତୀ ତ୍ରିଶାଳା ପ୍ରଧାନ, କ୍ରୀଡ଼ାପ୍ରେମୀ ସଚିନ ପ୍ରଧାନ ଙ୍କ ମିଳିତ ସହଯୋଗ ରେ ସଫଳତାର ସହ ଆୟୋଜିତ ହୋଇଥିଲା lସେହିପରି କ୍ରୀଡାକ୍ଷେତ୍ରରେ ଉଲ୍ଲେଖ ନୀୟ ଅବଦାନ ପାଇଁ କ୍ରୀଡ଼ାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା lସେହିପରି ଆନ୍ତଜାତୀୟ ରେଫରୀ ମହମଦ ଗୁଲଫମ, ବ୍ରଜ ମୋହନ ସାହୁ, ନିରୋଦ ସ୍ୱାଇଁ, ଜାତୀୟ ସ୍ତରୀୟ ରେଫରୀ ବ୍ରଜ ବନ୍ଧୁ କାଣ୍ଡି, କିରଣ ଶୀଳା ବlରଲା, ରାମ ଚନ୍ଦ୍ର ବାରିକ, ଗୌରାଙ୍ଗ ଚରଣ ନାୟକ, ଅଫିସ ସେକ୍ରେଟେରୀ ଓସ୍ତା ବିଶ୍ୱନାଥ ମିଶ୍ର ଓ ଜାତୀୟ କୋଚ ଲଲାଟେନ୍ଦୁ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଖେଳ କୁ ସୁଚାରୁରୂପେ ପରିଚାଳନା କରିଥଲେ l ଏହି ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ରେ ସୁନ୍ଦରଗଡ଼, ରାୟଗଡା, କେଉଁଝର, କଟକ, ପୁରୀ, କନ୍ଧମାଳ, କିସ ଓ କିଟ ଭୁବେନେଶ୍ୱର, ଜଗତ ସିଂହ ପୁର ପ୍ରମୁଖ ୧୪ ଟି ଟିମ ର ଶତାଧିକ ଖେଳାଳି ଅଂଶ ଗ୍ରହଣ କରିଥିଲେ lଆୟୋଜକ କନ୍ଧମାଳ ଜିଲ୍ଲା ସିପାକ ଟ୍ରାକୋ ଏସୋ ସିଏ ସନ ଖୁବ ସୁନ୍ଦର ଆୟୋଜନ କରିଥିବାରୁ ଖେଳାଳି ମାନେ ଖୁସି ବ୍ୟକ୍ତ କରିବା ସହ ଧନ୍ୟ ବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *