ଜିଲ୍ଲା ସ୍ତରୀୟ ୧୬ ତମ ଜାତୀୟ ଭୋଟର ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି,25.1(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ ୧୬ତମ ଜାତୀୟ ଭୋଟର ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।ଏହି ଅବସରରେ ପ୍ରଥମେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ପେଲେସ୍ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାହାରି ଥିବା ଏକ ସଚେତନତା ଶୋଭାଯାତ୍ରା କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ପରେ ସ୍ଥାନୀୟ ରାଜଦାଣ୍ଡ ସ୍ଥିତ ଅର୍ବାନ ବ୍ୟାଙ୍କ ପଡ଼ିଆ ଠାରେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ପାରଳା ପୌର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମୁର୍ମୁ , ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏବଂ ଶ୍ରୀମତୀ ସୁଚିଶ୍ମିତା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।ମୁଖ୍ୟଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର ପଣ୍ଡା କହିଥିଲେ ଯେ , ଆମ ସମ୍ବିଧାନ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଭୋଟ ଦେବା ଅଧିକାର ରହିଛି । ଏଣୁ ପ୍ରତ୍ୟେକ ନିଜ ନିଜ ଅଧିକାର ସାବ୍ୟସ୍ତ କରିବା , ତେବେ ଯାଇ ଆମେ ସୁଦୃଢ ଦେଶ ଗଠନ ନିର୍ମାଣରେ ସହାୟକ ହୋଇପାରିବା ।
ତେଣୁ ସମସ୍ତେ ସଚେତନ ହୋଇ ନିଜର ଭୋଟ ଦେବା ଅଧିକାରକୁ ସାବ୍ୟସ୍ତ କରି ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହେବା , କୌଣସି ପ୍ରକାରର ପ୍ରଲୋଭାନରେ ନ ପଡି ଉଚିତ୍ ବ୍ୟକ୍ତିକୁ ଭୋଟ ଦେବାକୁ ଆହ୍ବାନ କରିବା ସହ ପ୍ରତ୍ୟେକ ଜନସାଧାରଣ ଦେଶ ଗଠନରେ ସାମିଲ ହୋଇ ରାଷ୍ଟ୍ରକୁ ସମୃଦ୍ଧି ପଥରେ ଆଗେଇ ନେବା ଜରୁରୀ ବୋଲି କହିଥିଲେ । ଅନ୍ୟ ସମସ୍ତ ସମ୍ମାନିତ ଅତିଥି ମାନେ ନିଜ ନିଜ ଭକ୍ତବ୍ୟ ରେ କହିଥିଲେ ଯେ ଭୋଟ ଦେବାର ସମସ୍ତଙ୍କର ଅଧିକାର ରହିଛି ଓ ଭୋଟ ଦାତାଙ୍କ ଭୂମିକା ଏବଂ ଭୋଟ ତାଲିକା ସଂଶୋଧନର ପ୍ରକ୍ରିୟାକରଣ , ନିଜ ନାମକୁ ଭୋଟର ପରିଚୟ ରେ ପଞ୍ଜିକରଣ କରାଇବାକୁ କହିଥିଲେ । ବିଶେଷ କରି ଯୁବ ପିଡ଼ିଙ୍କୁ ଭୋଟ ଦାନ କରିବା ସକାଶେ ଉତ୍ସାହିତ କରିଥିଲେ।ମୁଖ୍ୟଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ମତଦାତା ଙ୍କ ସଂକଳ୍ପ ଉପରେ ଉପସ୍ଥିତ ଥିବା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ୯ ଜଣ ନୂତନ ଭୋଟରଙ୍କୁ ଭୋଟ ପରିଚୟ ପତ୍ର ଏପିକ କାର୍ଡ ପ୍ରଦାନ କରା ଯାଇଥିଲା ।
ପରେ ପରେ ବିଭିନ୍ନ ବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।ପରେ ପରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଏକ କୁଇଜ୍ ପ୍ରତିଯୋଗିତା ମଧ୍ଯ କରାଯାଇ ବିଜେତାଙ୍କୁ ପୁରସ୍କୃତ କରା ଯାଇଥିଲା ।ଏହି ଅବସରରେ ଶ୍ରେଷ୍ଠ ବିଏଲଓ: ଏବଂ ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ପ୍ରବନ୍ଧ , ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ଡିସିପିଓ: ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଜି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ , ବିଭାଗୀୟ କର୍ମଚାରୀ , ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
