ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା============ ଆର,ଉଦୟଗିରି(ମନୋଜ କୁମାର ପାଢୀ/୧୦/୧୨/୨୦୨୪ ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ.ଏମ . ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଆମ୍ପୁଲ ରବିକୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଆର, ଉଦୟଗିରି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ରମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗଦେବା ସହିତ ବରିଷ୍ଠ କୃଷି ବୈଜ୍ଞାନିକ ଆର,ଉଦୟଗିରି ଡ. ସଞ୍ଜୀବ କୁମାର ମାଣ୍ଡି, ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସାଧୁଚରଣ ଦଣ୍ଡସେନା, ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ବଡରଇତ, କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ରଗଡର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ନାହାକ, ରାଣ୍ଡିବା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ, ଟିକାମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଦାସ ଯୋଗଦାନ କରିଥିଲାବେଳେ ବିଚାରକଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା ଏବଂ ବରିଷ୍ଠ କୃଷି ବୈଜ୍ଞାନିକ ଡ. ସଞ୍ଜୀବ କୁମାର ମାଣ୍ଡି ଉପସ୍ଥିତ ରହି କାର୍ଯକ୍ରମକୁ ସଫଳ କରାଇଥିଲେ। ଜିଲ୍ଲାର ୭ଟି ବ୍ଲକରୁ ବିଭିନ୍ନ ବିଭାଗରେ ମୋଟ ୪୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉକ୍ତ ଅବସରରେ ଅତିଥି ମାନେ ବିଜ୍ଞାନର ଆବଶ୍ୟକତା ବିଷୟରେ ଵକ୍ତବ୍ୟ ପ୍ରଦାନ କରିଥିଲେ । ବିଭିନ୍ନ ବିଭାଗରେ ସଫଳତା ଲାଭ କରିଥିବା କୃତୀ ପ୍ରତିଯୋଗମାନଙ୍କୁ ମଧ୍ୟ ପୁରସ୍କାର ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ପରିଚାଳନା କରିଥିଲାବେଳେ ଯୁଧିଷ୍ଠିର ପାଇକ ଏବଂ ପ୍ରହଲ୍ଲାଦ ଶିଅଳ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବଜିରାଉତ ଯୁବକସଂଘର ଯୁବଗୋଷ୍ଠୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
Related Posts

ଆସନ୍ତା ୮ ତାରିଖ ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ଓ କୋର୍ଟ ଛୁଟି ରହିବ।
ଆସନ୍ତା ୮ ତାରିଖ ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ଓ କୋର୍ଟ ଛୁଟି ରହିବ। ରାଜ୍ୟ ସରକାରଙ୍କ ଅଫିସ, ସ୍କୁଲ, କଲେଜ ସମେତ ବ୍ୟାଙ୍କ ଓ ମାଜିଷ୍ଟେରିଆଲ…

ପୋଲିସ କୁ ଆକ୍ରମଣ କରି ଯୁବକ ଗିରଫ।
ପୋଲିସ କୁ ଆକ୍ରମଣ କରି ଯୁବକ ଗିରଫ। ଦିଗପହଣ୍ଡି ଥାନା ଏ ଏସ୍ ଆଇ ଅଜୟ ନାୟକ ସଦଳବଳେ ପୁଞିକୟାଁ ଛକରେ ଯାନବାହାନ ଯାଞ୍ଚ କରୁଥିବା ବେଳ…

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ରାୟଗଡ/ପ୍ରଫୁଲ୍ଲ କୁମାର ବେହେରା ୨୭-୦୧-୨୦୨୫ : ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ…