ଜିଲ୍ଲା ସ୍ତରୀୟ ପି ଏମ୍ ଶ୍ରୀ ଉତ୍ସବ ଅନୁଷ୍ଠିତ ।
ଗଜପତି,୧୨.୧(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଫରେଷ୍ଟ ଛକ ନିକଟସ୍ଥ ମାଇନରିଟି ହଷ୍ଟେଲ ପରିସରରେ ଜିଲ୍ଲା ସ୍ତରୀୟ ପିଏମ-ଶ୍ରୀ ବାର୍ଷିକ ଉତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ’ଙ୍କ ସମେତ ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନନାଗା , ଅତିଥି ପ୍ରଫେସର ଶ୍ରୀ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ ।ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ପରେ ପି:ଏମ୍-ଶ୍ରୀ ମହାରାଜା’ଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ , ଡ଼ଃ ମାୟାଧର ସାହୁ ମଞ୍ଚାସିନ ଅତିଥି ମାନଙ୍କ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ପି:ଏମ୍-ଶ୍ରୀ ବିଦ୍ୟାଳୟ ଗୁଡ଼ିକର ରୂପରେଖ , ଶୈଖିକ ପାଠ୍ୟକ୍ରମ’ର ଯୋଜନା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ବିଧାୟକ ପାରଳାଖେମୁଣ୍ଡି ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ଶିକ୍ଷା କ୍ଷେତ୍ରରେ ମହାରାଜା’ଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିବା ବେଳେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଆମ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ କିପରି ଶ୍ରେଷ୍ଠତ୍ଵ ହାସଲ କରିପାରିବେ ତାହାରି ଉପରେ ଗୁରୁତ୍ବ ଆରୋପ କରିଥିଲେ।କାର୍ଯ୍ୟକ୍ରମର ମୁଖ୍ୟବକ୍ତା ତଥା ମୂଖ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା-ପରିଷଦ ଶ୍ରୀ ପୃଥିବୀରାଜ୍ ମଣ୍ଡଳ ଗୁରୁଷିଶ୍ୟ ପରମ୍ପରା ରକ୍ଷା କରାଯିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ପରାମର୍ଶ ଦେଇ ଥିଲେ ।ଡି:ଆଇସି: ଜେନେରାଲ ମ୍ୟାନେଜର ଶ୍ରୀ ସୁନାରାମ ସିଂହ ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଜଣେ ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ପରାମର୍ଶ ଦେଇଥିଲେ।
ମୁଖ୍ୟଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଗଜପତି ଶ୍ରୀ ମୁନୀନ୍ଦ୍ର ହୋନନାଗା ଶିକ୍ଷା କିପରି ସମାଜ ଉପଯୋଗୀ ହୋଇପାରିବ କହି ଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ କର୍ତ୍ତବ୍ୟ ପରାୟଣ ହୋଇ ଦେଶ ଗଠନ ରେ ସହାୟକ ହୋଇପାରିବେ ଓ ବିକଶିତ ଓଡ଼ିଶା , ବିକଶିତ ଭାରତ ଗଠନରେ ଛାତ୍ର ଓ ଯୁବଶକ୍ତି ଭୂମିକା ଉପରେ ଆଲୋକ ପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଏସ୍ ଗିରିଧର ଓ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ।ପରିଶେଷରେ ବିଭିନ୍ନ ପିଏମ୍-ଶ୍ରୀ ବିଦ୍ୟାଳୟ ଗୁଡିକ ଆକଂକ୍ଷୀ ଛାତ୍ର ପରିଷଦ ଦ୍ଵାରା ପ୍ରସ୍ତୁତ ପ୍ରୋଜେକ୍ଟ ଷ୍ଟଲ ଗୁଡ଼ିକର ଉଦଘାଟନ କରିଥିଲେ।ଗୋପାଳପୁର ସ୍ଥିତଆର୍ମି ଆଡ କଲେଜ ର ଅଧିକାରୀ ମାନେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଭାରତୀୟ ସେନାବାହିନୀ ରେ ପ୍ରବେଶ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ।ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶୀନି ଓ ଶିକ୍ଷକ ରମାକାନ୍ତ ପଟ୍ଟନାୟକ ଅତିସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଜିଲ୍ଲାକ୍ରୀଡ଼ା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ: ରବିକୁମାର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।
ପରିଶେଷରେ ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।ଜିଲ୍ଲାର ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳ ରୂପାୟନ କରିଥିଲେ ।ସେହିଭଳି ଆଜି ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁଙ୍କ ପୌରହିତ୍ୟରେ ପାରଳା ପୌରଧ୍ୟକ୍ଷl ଶ୍ରୀମତୀ ନିର୍ମଳା ସେଠୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଶ୍ରୀ ଏ: ରବିକୁମାର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ କୃତି ଛାତ୍ର-ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।ଏହି ଜିଲ୍ଲାସ୍ତରୀୟ ପିଏମ:-ଶ୍ରୀ ଉତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ୧୩ ଟି ପିଏମ-ଶ୍ରୀ ବିଦ୍ୟାଳୟକୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
