ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ଶିଶୁ ସନ୍ତାନ ଦିବସ ପାଳିତ….
କନ୍ଧମାଳ :୨୪/୨୬ (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ସମ୍ମିଳନୀ କକ୍ଷ ରେ ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ସପ୍ତାହ ସଫଳତାର ସହିତ ପାଳିତ ହୋଇଯାଇଛି । ଏଥିରେ କନ୍ୟା ସନ୍ତାନ ଙ୍କ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସଶକ୍ତିକରଣ ବିଷୟ ରେ ସଚେତନତା ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ସମ୍ୟରଞ୍ଜନ ପାତ୍ର, DSWO , DSSO, PO-cum-PO , ପ୍ରକଳ୍ପ ଅଧିକାରୀ ଗଦାଧର ପାତ୍ର, DCPO, CDPO ସ୍ନେହଲତା ସାହୁ , DC , ହବ୍ କର୍ମଚାରୀଙ୍କ ସହିତ କିଶୋରୀ ବାଳିକା , SHG ସଦସ୍ୟ ଏବଂ କଲେଜ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବ ପ୍ରତ୍ୟେକ କନ୍ୟା ସନ୍ତାନ ଙ୍କ ପାଇଁ ଏକ ସୁରକ୍ଷିତ, ସୁସ୍ଥ ଏବଂ ସଶକ୍ତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଲିଙ୍ଗଗତ ସମାନତା ଏବଂ ସାମୂହିକ ଦାୟିତ୍ୱ ର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥଲା।
