ଜିଲ୍ଲା ସମାଜସେବୀ ସଂଘ ବରଗଡ ତରଫରୁ ବରଗଡ ଟାଉନ ଥାନା ଅଧିକାରୀ କୁଂ ସ୍ଵାଗତ ସମ୍ବର୍ଦ୍ଧନା।

ଜିଲ୍ଲା ସମାଜସେବୀ ସଂଘ ବରଗଡ ତରଫରୁ ବରଗଡ ଟାଉନ ଥାନା ଅଧିକାରୀ କୁଂ ସ୍ଵାଗତ ସମ୍ବର୍ଦ୍ଧନା।

ଜିଲ୍ଲା ସମାଜସେବୀ ସଂଘ ବରଗଡ ତରଫରୁ ବରଗଡ ଟାଉନ ଥାନା ଅଧିକାରୀ କୁଂ ସ୍ଵାଗତ ସମ୍ବର୍ଦ୍ଧନା।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଟାଉନ ଥାନା ଅଧିକାରୀ ନୂତନ ଭାବେ ଯୋଗଦାନ କରିଥିବା ଚିତ୍ତରଞ୍ଜନ ମେହେର ସାର ଙ୍କୁ ଜିଲ୍ଲା ସମାଜସେବୀ ସଂଘ ବରଗଡ ତରଫରୁ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଛି | ଜିଲ୍ଲା ସମାଜସେବୀ ସଂଘ ବରଗଡ଼ ର ଏକଦଳ ଗଠନ କରି ଥାନା ଅଧିକାରୀଙ୍କୁ ସହିତ ଏକ ବୈଠକ କରାଗଲା| ବରଗଡ଼ ରେ ପ୍ରତ୍ୟେହ ଦିନ ନିଶା ଜନିତ ଘଟୁଥିବା ଦୁର୍ଘଟଣା ଉପରେ ଚର୍ଚ୍ଚା ହୋଇଥିଲା |ବର୍ତ୍ତମାନ ବରଗଡ଼ ସହର ଏକ ନିଶାର ଗଡ଼, “ବରଗଡ” ପାଲଟି ଗଲାଣି, ବିଭିନ୍ନ ପ୍ରକାର ନିଶାରେ ଯୁବ ପିଢ଼ି ଆକ୍ରାନ୍ତ ହୋଇ ଅଳ୍ପ ବୟସ ନିଜ ପ୍ରାଣ ତ୍ୟାଗ କରୁଛନ୍ତି |ପ୍ରତେକ ଦିନ ନିଶା ଯୋଗୁଁ ନିଶାଖୋର ବ୍ୟକ୍ତି ମାନେ ବିଭିନ୍ନ ପ୍ରକାର ଚୋରି, ଡକାୟତି, ହତ୍ଯା ଭଳି ସମସ୍ୟା ଦିନ କୁ ଦିନ ବଢ଼ିଚାଲିଛି |ଏହା ଉପରେ ଧ୍ୟାନ ଦେବା ପାଇଁ ଆମ୍ଭେ ମାନେ ଶ୍ରୀ ମେହେର ସାର ଅନୁରୋଧ କରିଛୁଁ | ମେହେର ଆଜ୍ଞା ଆମ ଅଭିଯୋଗ କୁ ଗୁରୁତ୍ୱ ଦେଇ ନିଶା ଉପରେ ମୁଖ୍ୟ କାର୍ଯ୍ୟ କରିବା କହିଥିଲେ |ଏହି ବୈଠକ ରେ ଜିଲ୍ଲା ସମାଜସେବୀ ସଂଘ ର ସଭାପତି ବଳିଷ୍ଠ ଦୁର୍ଗା, ମୋହନଲାଲ ଅଗ୍ରୱାଲ, ଧୀରେନ୍ଦ୍ର ପୃଷ୍ଟି, ରାଜେଶ ଶର୍ମା, ଚିତ୍ତରଞ୍ଜନ ସାହୁ, ଶିବ ଲୁହ, ନାରାୟଣ ସିଂ, ସୌମ୍ୟ ରଞ୍ଜନ ସାହୁ, ପରମେଶ୍ୱର ନାଥ, ପ୍ରବୀନ ସାହୁ,ହାରମିତ ସିଂ ଙ୍କ ଉପସ୍ଥିତ ରେ ହୋଇଥିଲା | ପରି ଶେଷରେ ମେହେର ଆଜ୍ଞା ଙ୍କୁ ସଂଘ ତରଫରୁ ଧନ୍ୟବାଦ ଜ୍ଞାପନ କରା ଗଲା |

to