ଜିଲ୍ଲା ବିଜେଡି ମହିଳା ସଭାପତି ହେଲେ ସଂଜୁକ୍ତା ବେହେରା ।
ଗଜପତି, ୧୫.୨(ମନୋଜ ପାଢ଼ୀ)- : ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ମହିଳା ବିଜେଡି ସଭାପତି ଭାବେ ସଂଜୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି । ଏନେଇ ବିଧିବଧ ଭାବେ ପ୍ରକାଶିତ ହେବାପରେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମତୀ ବେହେରା । ସେ ଏନେଇ କରିଛନ୍ତି ଯେ ମୋତେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଭାବରେ ନିଯୁକ୍ତି ଦେବା ପାଇଁ ଚୟନ କରାଯାଇଥିବାରୁ ଦଳୀୟ ସୁପ୍ରିମୋଙ୍କ ଠାରେ କୃତଜ୍ଞତା ଜଣାଉଛି । ଯେଉଁ ବିଶ୍ବାସ ଓ ଭରସାରେ ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ତାକୁ ସୁଚାରୁ ରୂପେ ତୁଲାଇବି ଏବଂ ଆଗାମୀ ଦିନରେ ଜିଲ୍ଲାରେ ବିଜେଡି ଦଳକୁ ଆହୁରି ମଜବୁତ କରିବାପାଇଁ ତୃଣମୂଳସ୍ତରେ କାର୍ଯ୍ୟ କରିବି ବୋଲି କହିଛନ୍ତି । ଏନେଇ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତିରାଓ, ହାଇଟେକ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ଶ୍ରୀମତୀ ବେହେରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀମତୀ ବେହେରାଙ୍କ ନେତୃତ୍ବ ଜିଲ୍ଲାରେ ମହିଳା ମାନଙ୍କ ବିକାଶ ଘଟିବ ବୋଲି ଆଶା ପ୍ରକଟ କରିଛନ୍ତି । ସୂଚନା ଯୋଗ୍ୟ ଯେ ଶ୍ରୀମତୀ ବେହେରା ଦୀର୍ଘ ବର୍ଷ ହେଲା ବିଜେଡିର ଜଣେ ସକ୍ରିୟ ମହିଳା କର୍ମୀ ଭାବେ ରହିଆସିଛନ୍ତି ଏବଂ ବିଭିନ୍ନ ସମୟରେ ବିଭିନ୍ନ ପଦପଦବୀରେ ରହି ଦଳରେ ସୁପରିଚାଳନା କରିଆସିଛନ୍ତି ।
