ଜିଲ୍ଲା କଂଗ୍ରେସ ପକ୍ଷରୁ “ମନରେଗା ବଞ୍ଚାଅ ସଂଗ୍ରାମ”କୁ ନେଇ ଧାରଣା ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ।

ଜିଲ୍ଲା କଂଗ୍ରେସ ପକ୍ଷରୁ "ମନରେଗା ବଞ୍ଚାଅ ସଂଗ୍ରାମ"କୁ ନେଇ ଧାରଣା ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ।

ଜିଲ୍ଲା କଂଗ୍ରେସ ପକ୍ଷରୁ “ମନରେଗା ବଞ୍ଚାଅ ସଂଗ୍ରାମ”କୁ ନେଇ ଧାରଣା ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ।

ଗଜପତି, ୬।୨(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲ । ସେଠାରେ ଧାରଣା ଦେଇ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । କଂଗ୍ରେସ ନେତା ମାନେ କହିଥିଲେ ଯେ କଂଗ୍ରେସ ନେତୃମଣ୍ଡଳୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଦେଶରେ ଡବଲ ଇଞ୍ଜିନ ୟୁପିଏ ସରକାର ଦ୍ବାରା ୨୦୦୫ ମସିହାରେ ପ୍ରଣୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତ ଆଇନକୁ ଗରିବଙ୍କ ଠାରୁ ଛଡାଇ ନେଇଛି । ଏହା ପ୍ରତି ବର୍ଷ ୫-୬ କୋଟି ଗ୍ରାମୀଣ ପରିବାରକୁ ମଜୁରୀ ଭିଭିକ ରୋଜଗାର ଦାବି କରିବାର ଆଇନଗତ ଅଧିକାର ଦେଇଆସିଥିଲା । ଦାବି ପରେ ୧୫ ଦିନ ମଧ୍ୟରେ ଜୀବିକା ଯୋଗାଇବା ରାଜ୍ୟର ଆଇନଗତ କର୍ତ୍ତବ୍ୟ ଥିଲା ।

ତାହା ବିଫଳ ହେଲେ ବେରୋଜଗାର ଭତ୍ତା ଦେବାକୁ ପଡ଼ୁଥିଲା । ଏହି ଆଇନଗତ ଅଧିକାର ଥିଲା ମନେରଗା ଗ୍ରାମୀଣ ସୁରକ୍ଷାର ମୂଳ ଆଧାର ଭାବେ ଦୁଃଖଦ ଦାଦନ ଶ୍ରମିକ କମାଇଆସିଛି । ଗ୍ରାମୀଣ ମଜୁରୀ ବଢ଼ାଇଛି ଏବଂ ସମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଆସିଥିଲା । ଏହାର ଚାହିଦା – ଭିଭିକ ରୂପରେଖ, ନିଶ୍ଚିତ ମଳୁରୀ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା, ବିଶେଷକରି ମହିଳା, ଦଳିତ, ଆଦିବାସୀ ଓ ପ୍ରାନ୍ତବର୍ତ୍ତୀ ସମୁଦାୟଙ୍କୁ ଲାଭାନ୍ୱିତ କରିଥିଲା। ସମୁଦାୟ କାର୍ଯ୍ୟଦିନର ପ୍ରାୟ ୬୦୩ ମହିଳାମାନଙ୍କର ରହିଆସିଥିଲା I କେନ୍ଦ୍ର ସରକାର ନୂତନ ଭିବି-ଜିଆରଏଏମ୍-ଜି ଯୋଜନା ଏହି ଆଇନରୁ ସମ୍ପୂର୍ଣ ଭାବେ ଢିଲା । ଏହା କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପରିକୁ କେନ୍ଦ୍ରୀଭୂତ କରୁଛି । ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରୁଛି ଏବଂ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ ୯୦୭ ରୁ ୬୦୭ କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥିକ ଭାର ଲଦିଦେଉଛି । ଯାହାକି ଗ୍ରାମୀଣ ଦୁଃଖ ବଢ଼ିବା ନିଶ୍ଚିତା କରୁଛି ।

କାର୍ଯ୍ୟକ୍ରମରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ଵାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି । ଗ୍ରାମ୍ୟ ସ୍ବୟଂଶାସନ ପାଣିଚିଆ ହେବା ସହ ମନେରଗା ମୂଲ୍ୟବୋଧକୁ ଶିଥିଳ କରିବାର ଏହା ଏକ ଷଡ୍‌ଯନ୍ତ୍ର ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଏହି ନୂଆ ଆଇନ କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ତକାୟତି କରୁଥିବା ବେଳେ ଖଟିଖିଆ ଲୋକଙ୍କର ପେଟରେ ଲାତ ମାରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏନେଇ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ନଗର ସଭାପତି ବସନ୍ତ କୁମାର ପଣ୍ଡା, କଂଗ୍ରେସର ଏସିସେଲ୍ ସଭାପତି ପାପା ରାଓ, ଜନାର୍ଦ୍ଦନ ରାଓ, ଶ୍ରୀନିବାସ ରାଓ, ସୂର୍ଯ୍ୟ ନାରାୟଣ ପାତ୍ର, ଲମ୍ବୋଦର ଦଣ୍ଡସେନା, ପୁରୁଷତ୍ତମ ପାଣିଗ୍ରାହୀ, ଜାଖବ ରଇତ, ମର୍ସୁଧା ମଣ୍ଡଳ, ସଂଗ୍ରାମ ସାହୁ, ମମାଲି କାର୍ଯୀ, ଇଶ୍ବରଚନ୍ଦ୍ର ମାଝୀ, ଜସ୍ମିନ ଶେଖ୍, ରଞ୍ଜିତା ପାଣିଗ୍ରାହୀ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ।