ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ.. ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଗଜପତି,ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଯୋଗଦେଇ ଚଳିତ ନିଯୁକ୍ତି ମେଳାର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଚଳିତ ଫେବୃଆରୀ ମାସ ୨୮ ତାରିଖରେ ଦିନ ରାୟଗଡ ବ୍ଲକ୍ ସ୍ଥିତ ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲାର ସମସ୍ତ ବ୍ଲକର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ମେଳାରେ ଜିଲ୍ଲାର ୭ଟି ବ୍ଲକର ଏକ ହଜାରରୁ ଊର୍ଦ୍ଧ୍ବ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ବେସରକାରୀ ସଂସ୍ଥାରେ ନିଯୁକ୍ତି ଭିତିକ ପ୍ରଶିକ୍ଷଣ ତଥା ନିଯୁକ୍ତି ଦେବା ନିମନ୍ତେ ଚୟନ କରାଯିବ। ନିଯୁକ୍ତି ମେଳାରେ ବିଭିନ୍ନ ବେସରକାରୀ ନିଯୁକ୍ତିଦାତା ସଂସ୍ଥା ଏବଂ ନିଯୁକ୍ତି ଭିତିକ ପ୍ରଶିକ୍ଷଣ ସଂସ୍ଥା ଯୋଗଦେବେ। ନିଯୁକ୍ତି ମେଳାରେ ସପ୍ତମ ଶ୍ରେଣୀ ଠାରୁ ସ୍ନାତକ ଡିଗ୍ରୀଧାରୀ ପର୍ଯ୍ୟନ୍ତ ଏବଂ ଡିପ୍ଲୋମା ଧାରୀ ଯୁବକ ଯୁବତୀମାନେ ବହୁଳ ଭାବରେ ନିଯୁକ୍ତି ମେଳାରେ ଯୋଗଦେବେ।ପ୍ରତ୍ୟେକ ବ୍ଲକରେ ଯେପରି ଦୁର୍ଗମ ଅଞ୍ଚଳର ଯୁବକ ଯୁବତୀମାନେ ଯେପରି ନିଯୁକ୍ତି ମେଳାରେ ଯୋଗଦେବେ ସେଥିପାଇଁ ଗ୍ରାମ ପଞ୍ଚାୟତ ସରପଞ୍ଚ, ୱାର୍ଡମେମ୍ବର ମାନଙ୍କ ଜରିଆରେ ତଥା ପଞ୍ଚାୟତ ସ୍ତରରେ ସଚେତନତା କରାଯିବ। ପ୍ରତ୍ୟେକ ବ୍ଲକର ସଦର ମହକୁମାରେ ବ୍ୟାନର ପୋଷ୍ଟର ମରାଯାଇ ପ୍ରଚାର ଓ ପ୍ରସାର କରାଯିବ । ଜିଲ୍ଳାର ସମସ୍ତ ଯୁବକ ଯୁବତୀମାନଙ୍କୁ କର୍ମ ସଂସ୍ଥାନ ପାଇଁ ନିଯୁକ୍ତି ମେଳାରେ ଯୋଗଦେବା ନିମନ୍ତେ ଜିଲ୍ଲାପାଳ କହିଛନ୍ତି। ଉକ୍ତ ନିଯୁକ୍ତି ମେଳାରେ ୪୦ ରୁ ଅଧିକ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନକାରୀ ଅଂଶଗ୍ରହଣ କରିବାର କାର୍ଯକ୍ରମ ରହିଛି। ଏଣୁ ସମସ୍ତ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ଯୋଗଦନ କରିବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଅଛି।ନିଯୁକ୍ତି ମେଳାରେ ସୂଚାରୁ ରୂପେ ପାନୀୟ ଜଳ ଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ମେଳା ପଡିଆ ସଫେଇ ଆଦି କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶିବାଶିଷ ସାହୁ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ,ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଶ୍ରୀ ସୁନାରାମ ସିଂ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Related Posts

ଦୁଇ ଅନାଥ ଶିଶୁଙ୍କୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ହାତ ବଢ଼ାଇଛି।
ଦୁଇ ଅନାଥ ଶିଶୁଙ୍କୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ହାତ ବଢ଼ାଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଗୋବିନ୍ଦନଗର ପଞ୍ଚାୟତ ର ଗୋବିନ୍ଦ ନଗର ଗ୍ରାମ ର ନରସିଂହ…

India Scripts History in Space Exploration with Successful Docking
*HISTORIC ACHIEVEMENT: INDIA SUCCESSFULLY COMPLETES SPACECRAFT DOCKING* New Delhi,(Kishor) January 17, 2025: In a groundbreaking milestone, India has become the…

ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ପ୍ରଭାତ ସାମନ୍ତରାୟଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ
ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ପ୍ରଭାତ ସାମନ୍ତରାୟଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ଭୁବନେଶ୍ଵର: ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ପ୍ରଭାତ ସାମନ୍ତରାୟଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ…