ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ଆର, ଉଦୟଗିରି(ମନୋଜ କୁମାର ପାଢୀ) -: ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଡ଼ମ୍ବାଳ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଶ୍ରୀ ଶଙ୍କର କେରକେଟା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ଡ଼ମ୍ବାଳ ଗ୍ରାମ ପଞ୍ଚାୟତ ସମେତ ଆମେଡ଼ା, ଲୋବା ଓ ତଳମୁଣ୍ଡା ପଞ୍ଚାୟତର ସମୁଦାୟ ମୋଟ- ୧୩୭ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୫୫ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା- ୮୨ ଓ ଗୋଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ, ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।ଏହି ଅଭିଯୋଗ ଶୁଣାଣିରେ ରା,ଉଦୟଗିରି ପଞ୍ଚାୟତର ସ୍ବାମୀ ରଞ୍ଜନ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ସବିତା ମିଶ୍ରଙ୍କୁ ୨୦୨୧ -୨୨ର ଆବାସଗୃହ ମିଳିଥିଲା । ତାଙ୍କ ଆବାସଗୃହ କାମ ସରିବା ୮ ମାସ ବିତିଯିବା ପରେ ମଧ୍ୟ ସବିତାଙ୍କୁ ଆଜିସୁଧା ଆବାସଗୃହ ଟଙ୍କା ନ ମିଲିଥିବା ଯୋଗୁଁ ବହୁବାର ବ୍ଳକ ପ୍ରଶାସନ ଆବାସଗୃହ ଗୃହ ଟଙ୍କା ପାଇଁ ନିବେଦନ କରି ନିରାଶ ସବିତା ଉଚ ନ୍ୟାୟର ଆଶ୍ରୟ ନେବାପରେ ଉଚ ନ୍ୟାୟର ସବିତାଙ୍କୁ ଆବାସଗୃହ ଟଙ୍କା ଦେବାକୁ ନିର୍ଦେଶ ପରେ ମଧ୍ୟ ବ୍ଳକ ପ୍ରଶାସନ ବିଭିନ୍ନ ଆଲା ଦେଖାଇ ଆଜିସୁଧା ସବିତାଙ୍କ ଆବାସଗୃହ ଟଙ୍କା ନ ମିଳିବାରୁ ସବିତା ଆଜି ରାୟଗଡା ବ୍ଳକର ଡମ୍ବାଳ ପଞ୍ଚାୟତରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ସବିତା ଜିଲ୍ଲାପାଳଙ୍କୁ ଆବାସଗୃହ ଟଙ୍କା ନିବେଦନ କରିଥିଲେ । ଜିଲ୍ଲାପାଳ ସବିତାଙ୍କୁ ସ୍ଥାନୀୟ ବିଡିଓଙ୍କୁ ମିଶିବାକୁ ନିର୍ଦେଶ ଦେଇଥିଲେ । ଦେଖିବାକୁ ବାକି ରହିଲା ଆବାସଗୃହ ପାଇଥିବା ସବିତାଙ୍କୁ ବାକିଆ ଟଙ୍କା କେବେ ମିଳୁଛି ।ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ରାୟଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସି ନାୟକ, ଉପ- ଅଧ୍ୟକ୍ଷ ଶ୍ରୀ ଜ୍ୟୋତି ପ୍ରସାଦ ପାଣି,ଶ୍ରୀ ଅନୁପ ପଣ୍ଡା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି, ଶ୍ରୀ ଅଂଶୁମାନ ମହାପାତ୍ର, ସମ୍ମତ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି,ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁକାନ୍ତ ପ୍ରଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଅଭିଯୋଗ ଶୁଣାଣୀ ରେ ଉପସ୍ଥିତ ଥିଲେ।