ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଅନ୍ତର୍ଗତ ଆତରସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖ୍ୟ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ. ଗୁଣନିଧି ନାୟକ, ପ୍ରକଳ୍ପ ପ୍ରଶାସନ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଦିଲ୍ଲୀପ କୁମାର ବେହେରା ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ଆତରସିଂ ଗ୍ରାମ ପଞ୍ଚାୟତ ସମେତ ତାବରଡା, ପୁଟୁରୁପଡା ଓ ବେତରସିଂ ପଞ୍ଚାୟତର ସମୁଦାୟ ମୋଟ ୫୨ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୧୨ ଗୋଟି ଓ ଗ୍ରାମ ଭିତ୍ତିକ ସମସ୍ୟା ୪୦ ଗୋଟି ଆସିଥିଲା ଓ ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରାଧାନମନ୍ତୀ ଆବାସ ଯୋଜନା, ସାମାଜିକ ସୁରକ୍ଷା, ଜମିପଟ୍ଟା, ମନରେଗା, ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା, ଜଳ ସେଚନ, ସ୍ବାସ୍ଥ୍ୟ ଓ ରାସ୍ତା ସମସ୍ୟା ଭୋଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ସେହିପରି ଟାଙ୍ଗିଲି, ବେତରସିଂ ଓ ପୁଟୁରୁପଡା ସରପଞ୍ଚମାନେ ପୁଟୁରୁପଡା ଖାଟି ରୁ ତରଭା ପର୍ଯ୍ୟନ୍ତ pwd ଦ୍ବାରା ନିର୍ମାଣ ହୋଇଥିବା ରାସ୍ତା ନିମ୍ନମାନର କାମ ହେଉଛି । ଏହି ବିଭାଗୀୟ ଉଚ ଅଧିକାରୀମାନେ ତଦନ୍ତ କରି ଉନତମାନର କାମ କରିବାକୁ ଅଭିଯୋଗ କରିଥିଲେ, ଖଜୁରୀପଦା ଠାରୁ ନୁଆଗଡ ରାସ୍ତା ଅସୁର ଘାଟି ବୁଲାଣି ରାସ୍ତାକୁ ସିଧା କରିବା ଏବଂ ନୁଆଗଡ ବ୍ଳକ ଅଫିସ ଠାରୁ ବସଷ୍ଟଣ୍ଡା ରାସ୍ତା ନିର୍ମାଣ ଦାବୀ କରିଥିଲେ ନୁଆଗଡ ଗ୍ରାମର ରବିନ୍ଦ୍ର ସୁବୁଦ୍ଧି ଜିଲ୍ଲାପାଳ ଅଭିଯୋଗ କରିଥିଲେ । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ନୁଆଗଡ ପଞ୍ଚାୟତ ତିମିତି ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମୀୟ ରଇତ,ବିଡିଓ ଲୋକନାଥ ଶବର, ତହସିଲିଦାର ଶ୍ରୀମତୀ ମନାଲିସା ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ଅଲ୍ଲୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ରାଜିବ ଦୋରା , ସରପଞ୍ଚ ଜିବନୀ ଗମାଙ୍ଗଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜିପିଇଓ ନସିଂହ କୁମାର ମିିଶ୍ର ପରିଚାନା କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ବ୍ଳକର ପିଇଓ ମାନେ ।
Related Posts

ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ସହଁରା ପାଲି ରେ ରକ୍ତ ଦାନ ଶିବିର ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ସହଁରା ପାଲି ରେ ରକ୍ତ ଦାନ ଶିବିର ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ଼ – (ଭବାନୀ ଶଙ୍କର…

ମୋହନାରେ ମୃଦୁ ଭୂକମ୍ପ
ମୋହନାରେ ମୃଦୁ ଭୂକମ୍ପ ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ ମୃଦୁ ଭୁକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।…

ମୁଖ୍ୟମନ୍ତ୍ରୀଙ୍କ ହରିଆଣା ଓ ମୁମ୍ବାଇ ଗସ୍ତ
ମୁଖ୍ୟମନ୍ତ୍ରୀଙ୍କ ହରିଆଣା ଓ ମୁମ୍ବାଇ ଗସ୍ତ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲି ଠାରୁ ହରିଆଣା ଓ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ୧୬…