ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ଆଇନ ମନ୍ତ୍ରୀ ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଦାବିପତ୍ର

ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ଆଇନ ମନ୍ତ୍ରୀ ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଦାବିପତ୍ର

ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ଆଇନ ମନ୍ତ୍ରୀ ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଦାବିପତ୍ର

କନ୍ଧମାଳ: ୨୫-୦୧ (ରିପୋର୍ଟ କୁନା ଦିଗାଲ) ଜାତୀୟ କନ୍ୟା ଶିଶୁ ଦିବସ–୨୦୨୬ ଅବସରରେ କନ୍ଧମାଳ ଜିଲ୍ଲାର କନ୍ୟା ଓ ଯୁବତୀମାନେ ରାଜ୍ୟର ଆଇନ ମନ୍ତ୍ରୀ ମହୋଦୟ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ରଙ୍କ ସହିତ ସାକ୍ଷାତକାର କରି ନିଜ ଦାବିପତ୍ର (Charter of Demand) ପ୍ରଦାନ କରିଛନ୍ତି।ଏହି ସାକ୍ଷାତକାରରେ ୧୫ ବର୍ଷୀୟା ଅନ୍ୱେଷା ପ୍ରଧାନ ଓ ରାଜଲକ୍ଷ୍ମୀ ଜାନି, ପ୍ରଗତି ଯୁବ କାଉନସିଲର ନିହାରିକା ମହାରଣା, ଖଜୁରୀପଡାର ଆଙ୍ଗନୱାଡ଼ି କର୍ମୀ ପ୍ରମିଳା କାନ୍ହାର, ସଶକ୍ତା ଯୁବ କାଉନସିଲ (ଫୁଲବାଣୀ ବ୍ଲକ)ର ବର୍ଷା ପ୍ରିୟଦର୍ଶିନୀ ମଲ୍ଲିକ, ବାଲ ରକ୍ଷା ଭାରତ (BRB)ର କର୍ମଚାରୀ ନିରୂପମା ତାଣ୍ଡି, BRB ରାଜ୍ୟ ନେତୃତ୍ୱ ଡା. ଅଭିଜିତ୍ ଭଦ୍ର ଏବଂ ସହ ପରିଚାଳକ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ଉପସ୍ଥିତ ଥିଲେ।କନ୍ୟାମାନେ ତାଙ୍କ ଦାବିପତ୍ର ମାଧ୍ୟମରେ ବାଲ୍ୟ ବିବାହ ରୋକ, କନ୍ୟା ଶିକ୍ଷାର ସୁରକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ସହିତ ସଂପୃକ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଉପରେ ମନ୍ତ୍ରୀ ଏବଂ ଆୟୋଗ ଅଧ୍ୟକ୍ଷାଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।

ସାକ୍ଷାତକାର ସମୟରେ ସେମାନେ ନିଜର ମାଇକ୍ରୋ ପ୍ରୋଜେକ୍ଟ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ। ଖଜୁରୀପଡା ବ୍ଲକର ସୁରାଦେଇ ଅଞ୍ଚଳରେ ମାସିକ ଋତୁ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା (Menstrual Health and Hygiene) ଉପରେ ସଚେତନତା କାର୍ଯ୍ୟ, ଏବଂ ଫୁଲବାଣୀ ବ୍ଲକର ଫୁଲବାଣୀ ସାହି ୪ ନମ୍ବର ୱାର୍ଡରେ ଶିଶୁ ବିବାହ ରୋକ ସହ ସାମୁଦାୟିକ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ନେଇ ସେମାନେ କରୁଥିବା କାର୍ଯ୍ୟକଳାପ ବିଷୟରେ ଅବଗତ କରାଯାଇଥିଲା।ଆଇନ ମନ୍ତ୍ରୀ ମହୋଦୟ ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା କନ୍ୟାମାନଙ୍କ ଏହି ସାହସିକ ପଦକ୍ଷେପ ଓ ସମାଜ ପରିବର୍ତ୍ତନ ପାଇଁ ତାଙ୍କ ସକ୍ରିୟ ଭୂମିକାକୁ ସ୍ତୁତି କରି, ଭବିଷ୍ୟତରେ ସମ୍ଭବ ସମସ୍ତ ସହଯୋଗ ଦେବାକୁ ଆଶ୍ୱାସନ ଦେଇଥିଲେ।