ଜାତୀୟ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଅନସିପ୍ ରେ ପଦକ ହାସଲ କଲେ ଗଜପତିର ଭେଟେରାନ ଖେଳାଳୀ କିଶୋର ରଥ ।
ଗଜପତି,18.2(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ଭେଟେରାନ ଖେଳାଳୀ କିଶୋର ଚନ୍ଦ୍ର ରଥ ମଧ୍ୟପ୍ରଦେଶରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଅନସିପ୍ ରେ ବିଭିନ୍ନ ବର୍ଗର ଖେଳକୁଦରେ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ମଧ୍ୟପ୍ରଦେଶ ସ୍ଥିତ ମାଷ୍ଟର ଏଥେଲେଟିକ ସମିତି ଦ୍ବାରା ଆୟୋଜିତ ଏହି ଜାତୀୟ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଅନସିପ୍ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ବିଭିନ୍ନ ରାଜ୍ୟର ଭେଟେରାନ ଖେଳାଳୀମାନେ ଅଂଶ ଗ୍ରହଣ କରିଥିବା ବେଳେ ଗଜପତି ଜିଲ୍ଲାରୁ କିଶୋର ଚନ୍ଦ୍ର ରଥ ଭାଗନେଇଥିଲେ । ଶ୍ରୀ ରଥ ଏହି ଖେଳକୁଦରେ ଯଥା ୧୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୪ x ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ, ଲଙ୍ଗ୍ ଜମ୍ପରେ ରୌପ୍ୟ ଏବଂ ଟ୍ରିପଲ୍ ଜମ୍ପ ବ୍ରୋଞ୍ଜ ପଦକ ହାସଲ କରିଥିବାର ଜଣାପଡିଛି । ଶ୍ରୀ ରଥଙ୍କୁ ଦୁଇଟି ସ୍ବର୍ଣ୍ଣପଦକ ସହ ଗୋଟିଏ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ସମେତ ମୋଟ ୪ ଗୋଟି ବିଭାଗରେ ପଦକ ହାସଲ କରିଛନ୍ତି । ଏହି ଖବର ଗଜପତି ଜିଲ୍ଲାରେ ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶ୍ରୀ ରଥଙ୍କୁ ଶୁଭେଚ୍ଛା ଜଣାଯାଇଛି । ପ୍ରକାଶ ଯେ ଶ୍ରୀ ରଥ ଅବକାରୀ ବିଭାଗରୁ ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ଖେଳୁଆଡ ମନବୃତ୍ତି ଯୋଗୁଁ ସେ ଆଜି ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେଇ ଗଜପତି ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି କରିବାରେ ଲାଗିଛନ୍ତି ।
