ଜାଗରଯାତ୍ରାରେ ଚଳଚଞ୍ଚଳ ଶୈବପୀଠ

ଜାଗରଯାତ୍ରାରେ ଚଳଚଞ୍ଚଳ ଶୈବପୀଠ

ଜାଗରଯାତ୍ରାରେ ଚଳଚଞ୍ଚଳ ଶୈବପୀଠ

ଗଜପତି,୧୫.୨(ମନୋଜ ପାଢ଼ୀ)-: ପବିତ୍ର ଜାଗର ଯାତ୍ରା ତଥା ମହାଶିବରାତ୍ରିରେ ଓଁ ନମଃ ଶିବାୟ, ଓଁ ନମଃ ଶିବାୟ ଧ୍ୱନିରେ କମ୍ପି ଉଠୁଥିଲା ପୁରପଲ୍ଲୀ ଠାରୁ ସହରାଞ୍ଚଳରେ ଥିବା ପବିତ୍ର ଶୈବ ପୀଠରେ । ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାଶିବରାତ୍ରି ଖୁବ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି l ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ଶିବାଳୟରେ ଆଜି ପ୍ରତ୍ୟୁଷରୁ ଭକ୍ତଙ୍କ ଭିଡ ଜମିଥିଲା । ଦିନତମାମ ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ଶିବାଳୟରେ ଭିଡ ଜମାଇ ପୂଜାର୍ଚ୍ଚନା କରିଥିଲେ । ଶିବାଳୟରେ ଜଳାଭିଷେକ ଠାରୁ ଆରମ୍ଭ କରି ବିଶେଷ ପୂଜାର୍ଚ୍ଚନା କରିଥିଲେ । ଜାଗର ଯାତ୍ରା ଲାଗି ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥିଲା । ରାମଲିଙ୍ଗେଶ୍ବର, ମାଡୁଆମହାଦେବ, ଧବଳେଶ୍ବର, ଡେଙ୍ଗାଦେଉଳ, ସାନ ଦେଉଳ, ଚନ୍ଦ୍ରଶେଖର ମନ୍ଦିର ଆଦି ସମେତ ସହରର ବିଭିନ୍ନ ମଠ ମନ୍ଦିର ଗୁଡିକରେ ମଧ୍ୟ ଭକ୍ତ ବା ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଥିଲା ।